ବିଦ୍ୟାଳୟରୁ ଚୋରି ଘଟଣା, ୩ ଅଭିଯୁକ୍ତ ଗିରଫ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବରଦା ଗ୍ରାମ ପଞ୍ଚାୟତର ବରଦା ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ତାଙ୍କ ସ୍କୁଲରୁ ଟିଭି ଏବଂ ଅନ୍ୟାନ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଗଁନ୍ଦିଆ ପୋଲିସ ଏକ ମାମଲା ରୁଜ୍ଜୁ କରିଥିଲେ । ତେବେ ଗଁନ୍ଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଓ ଏସଆଇ ଅଭୟ କୁମାର ପ୍ରଧାନଙ୍କ ତତ୍ଵାବଧାନରେ ଅଭିଯୁକ୍ତ ପ୍ରବୀଣ କୁମାର ସାହୁ, ସୁବାଷ ବାରିକ ଓ ପିଟନ ବାରିକଙ୍କୁ ଆରେଷ୍ଟ କରାଯାଇଥିଲା । ସମସ୍ତ ଅଭିଯୁକ୍ତ କୁସିଦା ଗ୍ରାମର ହୋଇଥିବା ବେଳେ ଚୋରି ସାମଗ୍ରୀ ପୋଲିସ ଜବତ କରିଛି ।

Leave a Reply

Your email address will not be published.