ଭାରସାମ୍ୟ ହରାଇ ବୋଲେରୋ ଗାଡ଼ି ଗଛରେ ପିଟିହେବାରୁ ଗାଡ଼ିଟି ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯିବାରୁ ଜଣେ ଜୀବନ୍ତ ଦଗ୍ଧ, ତିନି ଗୁରୁତର

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଆଜି ରାତି୧୦ଟା ପାଖାପାଖି ସମୟରେ ସମ୍ବଲପୁର ଜିଲ୍ଲାର ଗଡ଼ପୋଷ କର୍ଳାଖମନ ଘାଟି ନିକଟସ୍ଥ ମହୁଲମୁଣ୍ଡା ସାନଡୁମ୍ବେରମୁଣ୍ଡା ବିଜେ ଛକ ପାଖରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ଗାଡ଼ିଟି ହୁହୁ ହୋଇ ଜଳିଯିବାରୁ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ, ତିନିଜଣଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଗଡ଼ ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ରୁ ଜଣାଯାଇଛି ଯେ, ସମ୍ବଲପୁର ଜିଲ୍ଲାର ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ପରମାନପୁର ଢେଠୋ ଗ୍ରାମର କିଛି ଲୋକ ବିବାହ ନିର୍ବନ୍ଧ କରିବାକୁ ଝାରଖଣ୍ଡ ସିମଡେଗାକୁ ଏକ ବୋଲେରୋ ଗାଡ଼ିରେ ଯାଇଥିଲେ। ନିର୍ବନ୍ଧ ସାରି ସିମଡେଗାରୁ ଫେରୁଥିବାବେଳେ ଗଡ଼ପୋଷ କର୍ଳାଖମନ ଘାଟି ନିକଟସ୍ଥ ମହୁଲମୁଣ୍ଡା ସାନଡୁମ୍ବେରମୁଣ୍ଡା ବିଜେ ଛକ ପାଖରେ ବୋଲେରୋ ଗାଡ଼ି ଟି ଭାରସାମ୍ୟ ହରାଇ ଏକ ଗଛ କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଗାଡ଼ି ର ଇଞ୍ଜିନ୍ ଟି ଗଛରେ ପିଟିହେବାରୁ ଗାଡ଼ିରେ ହଠାତ୍ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଥିଲା। ଫଳରେ ଗାଡ଼ି ରେ ଥିବା ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତିନିଜଣଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଗଡ଼ପୋଷ ଫାଣ୍ଡି କୁ ଖବର ଦେବା ସହିତ କୁତ୍ରା ଦମକଳ ବାହିନୀ କୁ ମଧ୍ୟ ଖବର ଦେଇଥିଲେ। ଖବରପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ସାଙ୍ଗେସାଙ୍ଗେ ଘଟଣାସ୍ଥଳକୁ ପହଞ୍ଚି ଅର୍ଦ୍ଧ ଦଗ୍ଧ ହୋଇ ଉଦ୍ଧାର ହୋଇଥିବା ତିନି ଗୁରୁତର ଙ୍କୁ ଗଡ଼ପୋଷ ଡାକ୍ତରଖାନାକୁ ପଠାଯାଇଥିଲେ। ସେହିପରି କୁତ୍ରା ଦମକଳ ବାହିନୀ ମଧ୍ୟ ସାଙ୍ଗେସାଙ୍ଗେ ଘଟଣାସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଅନ୍ୟ ପକ୍ଷରେ ଗାଡ଼ି ଟି ଦୁର୍ଘଟଣା ହୋଇ ନିଆଁ ଲାଗିଯିବାରୁ ଡ୍ରାଇଭର ଜଣକ ଗାଡିରୁ ଡେଇଁ ଫେରାର ହୋଇଯାଇଛି। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଗାଡ଼ିଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଚୁନୀପଡାର ହୋଇଥିବା ବେଳେ, ଡ୍ରାଇଭର ଜଣକ ମଧ୍ୟ ସେହି ପାଖ ପୁରୁନାପାନୀ ର‌‌‌ ବୋଲି ଜଣାପଡିଛି।(ସୁନ୍ଦରଗଡ଼ ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ ନାଗରାଜ ନିଉଜ)

Leave a Reply

Your email address will not be published.