ନେତାଜୀ ସୁଭାଷ ବୋଷ ଜୟନ୍ତୀ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସ୍ଥିତ ଦୁର୍ଗା ବାଡ଼ି ପରିସରରେ, ଦୁର୍ଗା ବାଡ଼ି ସମିତି ଓ ଦି ବେଲ୍ ୟୁଥ୍ ଫୋରମ୍ ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୭ ତମ ଜନ୍ମ ଜୟନ୍ତୀ।ପ୍ରାତଃ ରେ ସମସ୍ତ ସଦସ୍ୟ ଓ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ନେତାଜୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ୨୦୨୪ ରେ ନେତାଜୀ ଜୟନ୍ତୀ କୁ ଜିଲ୍ଲା ସ୍ତରରେ ଅଧିକ ସରସ ସୁନ୍ଦର ଓ ସମ୍ମିଳିତ ଭାବରେ ପାଳନ କରିବା ପାଇଁ ଜିଲ୍ଲା ସ୍ତରରେ ଏକ କମିଟି ଗଠନ କରାଯିବ ଏବଂ ଏଥିରେ ପୁରୀରେ ନେତାଜୀଙ୍କ ଜୟନ୍ତୀ ପାଳନ କରୁଥିବା ସମସ୍ତ ଅନୁଷ୍ଠାନ ମାନଙ୍କୁ ଏକତ୍ରିତ କରି ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଥିଲେ। ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦି ବେଲ୍ ର ଆବହାକ ସିଦ୍ଧାର୍ଥ ରାୟ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ, ପୁରୀ ର ଭି.ଆଇ.ପି ରୋଡ କୁ ଏସ.ସି.ବି (ସୁବାସ ଚନ୍ଦ୍ର ବୋଷ) ରୋଡ ନାମରେ ନାମିତ କରିବା ପାଇଁ ଦାବି କରିଥିଲେ। ମହି ପ୍ରକାଶ ମଠ ର ମହନ୍ତ ଶ୍ରୀ ସୁଭାନନ୍ଦ ପୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଯୁବ ଶକ୍ତି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଭାରତରେ ପ୍ରତ୍ୟେକ ନାଗରିକ ନେତାଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ରକ୍ଷା ଏବଂ ରାଷ୍ଟ୍ର ପ୍ରୀତି ର ବହ୍ନି ନିଜ ମଧ୍ୟରେ ପ୍ରଜ୍ବଳିତ କରିବା ଆବଶ୍ୟକ ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଦୁର୍ଗା ବାଡ଼ି ସମିତି ର ସଭାପତି ଶ୍ରୀ କୁମାର ହାଲ୍ଡ଼ାର, ସମ୍ପାଦକ ସୁଦୀପ ଚାଟାର୍ଜୀ, ଉପ ସଭାପତି ଦେବାଦ୍ରି ଭୂଷଣ ବାନାର୍ଜୀ, ଏ. ବିଶୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ନେତାଜୀଙ୍କ ସମ୍ପର୍କିତ ଏକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁରୋଜିତ ଘୋଷ, ଦି ବେଲ୍ ର ସୁକାନ୍ତ କୁମାର ପଣ୍ଡା, ବ୍ରଜ କିଶୋର ସାହୁ, ରାଜ କିଶୋର ପାତ୍ର, ସତ୍ୟନାରାୟଣ ସାହୁ, ଟିକିନା ପ୍ରଧାନ,ଦେବରାଜ ଦାସ ଏବଂ ଓମ୍ ପ୍ରସାଦ ମହାନ୍ତି ଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave a Reply

Your email address will not be published.