ଗୋପାଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ହାତୀ ଆକ୍ରମଣ ଏବଂ ହାତୀ ମୃତୁ୍ୟ ଘଟଣା ଧୀରେ ଧୀରେ ବଢିବାକୁ ଲାଗିଛି । ବନ ବିଭାଗର ଅପାରଗତା ହେଉ କିମ୍ବା ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାରୁ ସାଧାରଣ ଲୋକ ବଳି ପଡ଼ୁଛନ୍ତି । ତେବେ ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଦେଖିବାକୁ ମିଳିଛି । ହାତୀର ଅତର୍କିତ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଫକୀର ନାୟକ ନାମକ ଜୈନିକ ବ୍ୟକ୍ତି ଶୌଚ ହେବା ପାଇଁ ନିଜ ଘର ପାଖ ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ଫକୀର ନାୟକଙ୍କୁ ଆକ୍ରମଣ କରିଥିଲା । ତାଙ୍କ ପୁଅ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଫକୀର ନାୟକ ମୃତ୍ୟୁ ଘଟିଛି । ହାତୀଟି ତାର ଶୁଣ୍ଢରେ ନାୟକଙ୍କୁ ଫୋପାଡ଼ି ଦଳି ଚକଟି ଦେଇଥିଲା । ତେବେ ଖବର ପାଇ ଗଁନ୍ଦିଆ ପୋଲିସ ଏବଂ କପିଳାସ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ନାୟକଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ କେନ୍ଦ୍ରାପଡ଼ାରୁ ଆସିଥିବା ହନ୍ତା ହାତୀଟି ଏପରି କରିଛି ବୋଲି ଜନ ସାଧାରଣରେ ଗୁଜବ ଉଠୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ହାତୀ ଆଉ ମଣିଷ ମଧ୍ୟରେ ଏହି ଛକାପଞ୍ଝା ଆଉ କେତେ ଦିନ ।

Leave a Reply

Your email address will not be published.