ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଚିପ୍ସ ବୋଝେଇ ଟ୍ରକ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସୋର କୁପାରୀ ରାଜ୍ୟ ରାଜପଥର ବଟେଶ୍ୱର ଛକ ଠାରେ ଏକ ଚିପ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି । ଘଟଣାରୁ ପ୍ରକାଶଯେ, ଗାଡିଟି ସକାଳୁ ଖଇରା ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଟ୍ରକ ଡ୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୁର୍ଘଟଣା ଯୋଗୁଁ ସୋର କୁପାରି ରାଜ୍ୟ ରାଜପଥ ଜାମ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତବେ ଘଟଣାର କିଛି ସମୟ ମଧ୍ୟରେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଗାଡିଟିକୁ ରାସ୍ତା ଉପରୁ ଉଠାଇବା ସହ ରାଜ୍ୟ ରାଜପଥକୁ ଫାଙ୍କା କରିଥିଲା ।

Leave a Reply

Your email address will not be published.