ମମିତା ମେହେରଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ବିରୋଧି ଦଳ

କଟକ, (ନାଗରାଜ ନ୍ୟୁଜ): ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାର ବିବାଦ ଦିନକୁ ଦିନ ତେଜିବାରେ ମମିତା ମେହେର ମୃତ୍ୟୁ ଘଟଣାର ବିବାଦ ଦିନକୁ ଦିନ ତେଜିବାରେ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାର ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକୁ ଓହ୍ଲାଇଛି ବିରୋଧି କଂଗ୍ରେସ । ଉଭୟ ମହିଳା ଓ ଯୁବ କଂଗ୍ରେସ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏଥିପାଇଁ ନଗର ମହିଳା କଂଗ୍ରେସ କର୍ମୀମାନେ ଡିସିପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ ଜଣାଇଛନ୍ତି । ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ କରାଯାଇଥିବା ଏହି ସମାବେଶରେ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ । କଳାହାଣ୍ଡି ମହାଲିଙ୍ଗ ସନସାଇନ କଲେଜରେ ବହୁ ଅନୈତିକ କାର୍ଯ୍ୟକଳାପ ଚାଲୁଥିବାର ଜାଣିପାରି ଶିକ୍ଷୟିତ୍ରୀ ଘଟଣାର ଫର୍ଦ୍ଦାଫାଶ କରି ଦେବେ ବୋଲି ଆଗରୁ ଜଣାଇଥିବା କଥା କହିଛି କଂଗ୍ରେସ । ତେବେ ଘଟଣା ଜଣା ପଡିଯିବା ଭୟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତାଙ୍କୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ମହିଳା ନେତ୍ରୀ ମାନେ । ଏହାଛଡା ମନ୍ତ୍ରୀମାନେ କଲେଜକୁ କଣ ପାଇଁ ଅନୁକମ୍ପା ଦେଖାଉଥିଲେ ତାହା ସମସ୍ତଙ୍କୁ ଚକିତ କରିଛି । ଏହି ହତ୍ୟା ଘଟଣାରେ ବହୁ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି ବୋଲି ବିରୋଧୀ କଂଗ୍ରେସ କହିଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ ବୋଲି ମହିଳା କଂଗ୍ରେସ କହିଛି ।

ସେହିପରି ଯୁବ କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି । ଘଟଣାର ସିବିଆଇ ତଦନ୍ତ ହେବା ଦରକାର କହିଛି ଦଳ । ବିଗତ ଦିନ ମାନଙ୍କରେ ମମିତାଙ୍କ ଭଳି ବହୁ ମହିଳାଙ୍କୁ ଚକ୍ରାନ୍ତ କରି ମାରି ଦିଆଯାଇଛି । ଯାହାକି ଓଡିଶା ଭଳି ରାଜ୍ୟ ସରକାର ମହିଳାମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରାଯାଇଛି । ଏହି ଘଟଣା ନୁହେଁ ବରଂ ଅଧିକାଂଶ ଘଟଣା ସୂଚାଇ ଦେଉଛିଯେ, ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୁର୍ଣ୍ଣ ଭୁଶୁଡି ଯାଇଛି ବୋଲି ଯୁବ କଂଗ୍ରେସ କହିଛି । ତେବେ ମମିତାଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ସରକାରଙ୍କ ମନ୍ତ୍ରୀଙ୍କୁ ଚୁଡି ପିନ୍ଧାଇବେ ବୋଲି କହିଛନ୍ତି ଯୁବ କଂଗ୍ରେସ ନେତା ।

ଅନ୍ୟପଟେ ମମିତା ମେହେର ମୃତ୍ୟୁ ଘଟଣାରେ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରାଯାଇଛି । ଘଟଣାର ସିବିଆଇ ତଦନ୍ତ କରିବାକୁ ଆବେଦନ ହୋଇଛି । ମମିତା ମେହେର ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡ଼ିତ । ତେଣୁ ରାଜ୍ୟ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ମନ୍ତ୍ରୀଙ୍କ ସମ୍ପୃକ୍ତିର କୌଣସି ତଥ୍ୟ ଲୋକଲୋଚନକୁ ଆସିପାରିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହ ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅଦାଲତଙ୍କ ଠାରେ ପ୍ରାର୍ଥନା କରାଯାଇଛି । ମାମଲାରେ କେନ୍ଦ୍ର ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଗୃହ ବିଭାଗ ସଚିବ, ପୋଲିସ ମହାନିର୍ଦ୍ଦେଶକ, କଳାହାଣ୍ଡି ଏବଂ ବଲାଙ୍ଗୀର ଏସପି, ତୁରେଇକେଲା, ସିନ୍ଧେକେଲା ଏବଂ କେ ଗାଁ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି । ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ଭିତୋଫାନ ଦେଖାଦେଇଛି । ତେବେ ଏତେ ବଡ ପ୍ରସଙ୍ଗକୁ କାହାକୁ ତଦନ୍ତ କରିବାକୁ ନ୍ୟସ୍ତ କରାଯାଉଛି ଆଗାମୀ ଦିନରେ ହିଁ ଜଣାପଡିବ ।

Leave a Reply

Your email address will not be published.