ପଞ୍ଚାୟତି ରାଜଦିବସ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଆଜି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ପଞ୍ଚାୟତରେ ଜାତୀୟ ପଞ୍ଚାୟତି ରାଜଦିବସ ଓ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ । ଏହି ସଭାରେ ମାଲିସିରା ଗ୍ରାମର ନୂତନ ସରପଞ୍ଚ ଶ୍ରୀ. ଦେବରାଜ ପାତ୍ର, E.O ଅର୍ଜୁନ ଛୁରା ଓ ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ଏହି ସଭାରେ ଗ୍ରାମବାସୀ ନିଜ ଗ୍ରାମର ସମସ୍ୟା ସହ ନିଜ ନିଜ ଅସୁବିଧା ସବୁ ସରପଞ୍ଚ ପାଖରେ ଉପସ୍ଥାପନା କରିଥିଲେ । ଏହି ସବୁ ସମସ୍ୟାର ସମାଧାନ ଅତିଶୀଘ୍ର କରିବୁ ଆଉ ମାଲିସିରା ପଞ୍ଚାୟତର ବିଭିନ୍ନ ଗ୍ରାମ ଯାହା ସବୁ ଅସୁବିଧା ଅଛି ସବୁ ସମସ୍ୟାର ସମାଧାନ କରିବୁ ବୋଲି ଶ୍ରୀ ସରପଞ୍ଚ ମହୋଦୟ କହିଛନ୍ତି ।

Leave a Reply

Your email address will not be published.