କୁପାରୀରେ ପଞ୍ଚୁକ ପୂର୍ଣ୍ଣିମା ପାଳିତ

ଖଇରା,(ନାଗରାଜ ନ୍ୟୁଜ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା କୁପାରୀ ଶୂନ୍ୟମଣ୍ଡପ ପରିସରରେ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିଲା । କଟକଣା କୋହଳ ଯୋଗୁଁ ଏବର୍ଷ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ସ୍ଥାନରୁ ବ୍ରତଧାରୀ ମାନେ ଏଠାକୁ ଆସି ଡଙ୍ଗା ଭସାଇ ବ୍ରତ ସମାପନ କରିଥିଲେ । ଭକ୍ତ ମାନଙ୍କ ଦ୍ବାରା ଏତେ ପରିମାଣରେ ପୀଠରେ ଭିଡ ପରିଲକ୍ଷିତ ହୋଇଥିଲା ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ତତ୍ପର ଥିଲା । ପୋଲିସ ପ୍ରଶାସନ, ସ୍ବେଛାସେବୀ ସଙ୍ଗଠନ ଓ ଅନ୍ୟ ସେବାକାରୀ ଦଳମାନେ ପୀଠ ମଧ୍ୟରେ ଭ୍ରମଣ କରି ପରିସ୍କାର ପରିଚ୍ଛନ୍ନ ଓ ଭକ୍ତମାନଙ୍କ ଗହଳି ଉପରେ ଧ୍ଯାନ ଦେଇଥିଲେ । ଭଜନ ମଣ୍ଡଳୀ ଦ୍ବାରା ଭଜନ ଓ ହରିନାମ ଶବ୍ଦରେ ପୀଠ ପ୍ରକମ୍ପିତ ହେଉଥିବାର ଦେଖିବାକୁ ମିଳିଥିଲା । ଶୂନ୍ୟ ମଣ୍ଡପ ପରିଚାଳନା କମିଟି ତରଫରୁ ଆୟୋଜିତ ଦିବସବ୍ଯାପୀ କାର୍ଯ୍ୟକ୍ରମ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.