୨୦୨୨ ଐତିହାସିକ ବାଲିଯାତ୍ରା ଉଦଘାଟିତ

କଟକ,(ନାଗରାଜ ନ୍ୟୁଜ): କଟକ ଓଡିଶାର ସଂସ୍କୃତିକ ପ୍ରାଣକେନ୍ଦ୍ର କଟକ ପ୍ରାଚୀନ ଐତିହ୍ୟ, ସଂସ୍କୃତିର ପ୍ରତୀକ। କଟକର ଐତିହାସିକ ବାଲିଯାତ୍ରା ଉତ୍କଳର ନୌବାଣିଜ୍ୟ ବିଭବର ପ୍ରତୀକ। ଆଜିଠାରୁ ଏହି କଟକ ସହରର ମହାନଦୀ କୂଳରେ ୨୦୨୨ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଯାତ୍ରା ଦୀର୍ଘ ୯ ଦିନ ଧରି ଚାଲିବ। ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ବାଲିଯାତ୍ରା ଆୟୋଜନ କରାଯାଇଥିବାରୁ ଗ୍ରାହକ, ଦର୍ଶକ ଏବଂ ବ୍ୟବସାୟୀମାନେ ବେସ ଉତ୍ସାହିତ ଅଛନ୍ତି। ସେହିଭଳି ଚଳିତବର୍ଷ ଯାତ୍ରାରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି। କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନିଙ୍କର ଅଧ୍ଯକ୍ଷତାରେ ଆଜି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜଙ୍ଗଲ ପରିବେଶ ଓ ପଞ୍ଚାୟତ ରାଜ,ପାନୀୟ ଜଳ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଆମାତ୍ ଅନୁଷ୍ଠାନିକ ଭାବରେ ୨୦୨୨ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ,କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଯୋଜନା ବୋର୍ଡର ଅଧ୍ୟକ୍ଷ ଡ: ପ୍ରମୋଦ କୁମାର ମଲ୍ଲିକ, ଜିଲ୍ଲା ପରିଷଦର ସଭାପତି କିଶୋର ମିଶ୍ର, ମେୟର ସୁବାସ ସିଂ, ଏବଂ କଟକ ବିଧାୟକ ମହମ୍ମଦ୍ ମୋକିମ,ସୌଭିକ୍ ବିଶ୍ଵାଳ ଙ୍କ ସମେତ ଜିଲ୍ଲାର ବିଧାୟକ ଓ ସାଂସଦମାନେ ଉଦଘାଟନ ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉଦଘାଟକ ଏବଂ ସମ୍ମାନନୀୟ ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରି କହିଲେ ବାଲିଯାତ୍ରା ଆମର ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ମହାନ ପର୍ବ। ଆମର ଅତୀତର ଗୌରବମୟ ନୌବାଣିଜ୍ୟର ପରମ୍ପରା ଏହା ଆମକୁ ସ୍ମରଣ କରାଇଦେଇଥାଏ ।

ଚଳିତବର୍ଷ ବାଲିଯାତ୍ରାରେ ୫୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ୪ ଜଣ ଅତିରିକ୍ତ ଡି ସି ପିଙ୍କ ସହିତ ୧୫ ଜଣ ଏ ସି ପି, ୩୫ ଜଣ ଇନିସପେକ୍ଟର, ୮୦ ଜଣ ଏସ ଆଇ, ୨୦୦ କନେଷ୍ଟବଳ ଏବଂ ଗୋଟିଏ ପ୍ଲାଟୁନ ସ୍ଵତନ୍ତ୍ର ପୋଲିସ ନିୟୋଜିତ କରଜଆଇଛି। ଯାତ୍ରାର ବିଭିନ୍ନ ସ୍ଥାନରେ ସି ସି ଟି ଭି ଖଞ୍ଜାଯାଇଛି। ସେହିଭଳି ଅସ୍ଥାୟୀ ଦମକଳ କ୍ୟାମ୍ପ ଖୋଲାଯାଇଛି। ଚଳିତବର୍ଷ ଏହି ବାଲିଯାତ୍ରାରେ ପ୍ରାୟ ୧୪ ଶହରୁ ଉର୍ଦ୍ଧ୍ଵ ଷ୍ଟଲ ଖୋଲାଯାଇଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ବ୍ୟବସାୟୀମାନେ ବ୍ୟବସାୟ କରୁଛନ୍ତି। କେବଳ ଓରମାସ ପକ୍ଷରୁ ୪୫୦ ଟି ଷ୍ଟଲ ଓ ୨୮ ଟି ରାଜ୍ୟର ସାମଗ୍ରୀ ଯାତ୍ରାରେ ଉପଲବ୍ଧ ହେବ। ୩୦ ଟି ଜିଲ୍ଲା ସମେତ ୨୮ ଟି ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀ ଓ ଶିଳ୍ପ ଗୋଷ୍ଠୀର ସାମଗ୍ରୀ ଏଠାରେ ଉପଲବ୍ଧ ହେବ। ଚଳିତବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓରମାସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପଲ୍ଲୀଶ୍ରୀ ମେଳରେ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ। ଏହି ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଲେଜର ଲାଇଟ ବ୍ୟବସ୍ଥା। ପ୍ରତିଦିନ ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକ ଏହି ଅତ୍ୟାଧୁନିକ ଲେଜର ସୋ’ର ମଜା ଉଠାଉଛନ୍ତି। ମହାନଦୀର ୮୦ ମିଟର ଦୂର ଜଳରାଶିରେ ସୁସଜ୍ଜିତ ନୌକାରେ ଲାଇଟ ଲଗାଯାଇଛି। ଏଠାରେ କଟକର ଇତିହାସ ଓ ଗୌରବ ଗାଥାର ପ୍ରତିବିମ୍ବ ଦୃଶ୍ୟମାନ ହେବ। ପ୍ରଥମ ଦିନ ସନ୍ଧ୍ୟାରେ ବିଭିନ୍ନ ନୃତ୍ୟ, ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ଆଜି ଚନ୍ଦ୍ରଗ୍ରହଣ ପଡିଥିବାରୁ ଖାଦ୍ୟ ମେଳା ଫିକା ପଡିଯାଇଛି। ପ୍ରଥମ ଦିବସରେ ପିଲାମାନେ ଝୁଲାରେ ଝୁଲି ମଜା ନେଉଛନ୍ତି। ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ସ୍ଵଚ୍ଛ ଓ ସବୁଜ ବାଲିଯାତ୍ରାର ବାର୍ତ୍ତା ବହନ କରି ବାଲୁକାକଳା ପ୍ରଦର୍ଶିତ କରାଯାଇଛି। ଆଜି ପ୍ରଥମ ଦିବସରେ ବିଶେଷ ଭାବରେ ଭିଡ ପରିଲକ୍ଷିତ ହୋଇନାହିଁ। ଚଳିତବର୍ଷ ବାଲିଯାତ୍ରା ଏକ ନୂତନ ରୂପରେ ଆବିର୍ଭାବ ହୋଇଛି। ଏଥିରେ ୧୮୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି। ୧୫ କୋଟି ଟଙ୍କାର ବୀମା କରାଯାଇଛି। କଟକର
ଐତିହ ଚଳିତ ବାଲି ଯାତ୍ରାରେ ସ୍ଥାନିତ ହୋଇଛି।

Leave a Reply

Your email address will not be published.