ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ନିକଟସ୍ଥ ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ସାହିତ୍ୟ ଏକାଡେମୀ ତରଫରୁ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ କାଳିପଦ ପଣ୍ଡା ଉଦଘାଟକ ଭାବେ ଯୋଗଦେଇ ଉତ୍ସବଟିକୁ ଉଦଘାଟନ କରିଥିଲେ । ବରିଷ୍ଠ ରାଜନେତା ତଥା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଶଧର ପ୍ରଧାନ ଓ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ରତୀନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍ସବର ସଂଯୋଜକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ୱର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏଥିରେ ଡ. ଶ୍ରୀକାନ୍ତ ଚରଣ ପାତ୍ର, ବ୍ରଜେନ୍ଦ୍ର ନାଥ ଗିରି, ସୁକୁମାର ଦାସ, ବିଦ୍ୟାଧର ସେଠୀ, ଅଧ୍ୟାପକ ଦୟାନିଧି ସାହୁ, ନିରଞ୍ଜନ ବେହେରା, ସନ୍ୟାସୀ ବେହେରା, ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ, ଡ. ସିନ୍ଧୁ ସେନ, ସୁକାନ୍ତ ଗିରି, ଡ. ରଶ୍ମିତା ପାଣିଗ୍ରାହୀ, ସ୍ନେହଲତା ନାୟକ, ଅଞ୍ଜଳି ଶତପଥି, ସୁଜାତା ରଣା, ସରୋଜ କୁମାର ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ କବିତା ପାଠୋତ୍ସବରେ କବି ତାନଶ୍ରୀ ପାଣିଗ୍ରାହୀ ଖୁବ୍ ସୁନ୍ଦର ଭାବରେ କବିତା ସଂଯୋଜନା କରିଥିଲେ । କବିତା ସଂଯୋଜିକା ଶ୍ରୀମତୀ ପାଣିଗ୍ରାହୀଙ୍କୁ ଉତ୍ସବରେ ଉପସ୍ଥିତ ସାହିତ୍ୟ ବନ୍ଧୁମାନେ ବହୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଅନେକ ସାହିତ୍ୟ ସାଧକମାନେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.