ରାଜ୍ୟରେ ୨୪ ଘଣ୍ଟାରେ ୫୧୦ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣରେ ସମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧୦ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସର ୭୯ ନୂଆ ରୋଗୀ ଚିହ୍ନଟ ହୋଇଥିବାବଳେ ୨୯୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୧୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୭୫୪ ଜଣକୁ ବୃଦ୍ଧି ପାଇଛି ।

ଆଜି କଟକରୁ ୭୮ ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ଭଦ୍ରକ ଓ ସମ୍ବଲପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୮ ଜଣ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲରୁ ୩ ଜଣ ଲେଖାଏଁ, ବାଲେଶ୍ୱରରୁ ୩୩ ଜଣ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ୨୨ ଜଣ ଲେଖାଏଁ, ପୁରୀରୁ ୨୦ ଜଣ, ମୟୂରଭଞ୍ଜରୁ ୧୪ ଜଣ, ଗଞ୍ଜାମରୁ ୧୨ ଜଣ, ବଲାଙ୍ଗୀର, ବୌଦ୍ଧ,କଳାହାଣ୍ଡି , କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୪୭ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.