ସହାୟତା ପାଇଁ ସରକାରଙ୍କୁ ନିବେଦନ

ବଲାଙ୍ଗୀର: ଦିବ୍ୟାଙ୍ଗ ହୋଇ ପରିବାର ଭରଣ ପୋଷଣ ପାଇଁ ସଙ୍ଘର୍ଷ କରୁଛନ୍ତି । କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଆଉ କଠୋର ପରିଶ୍ରମ ଆଗରେ ସବୁକିଛି ସମ୍ଭବ। ଅଭାବ ଅନାଟନରେ ଥାଇବି ଦିବ୍ୟାଙ୍ଗ ଜଣକ କେବେବି ଭାଙ୍ଗି ଯାଇନାହାନ୍ତି। ଏମିତି ଜଣେ ବାପର କଥା କହିବୁ ଯିଏକି ଦିବ୍ୟାଙ୍ଗ ହୋଇ ବି ସକ୍ଷମ। କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଲକ୍ଷରେ ସକାଳୁ ସକାଳୁ ଉଠି ଭଙ୍ଗା ଟ୍ରାଇ ସାଇକେଲରେ ଦିନଟିକୁ ସେ ଆରମ୍ଭ କରନ୍ତି। କାହାର ଉପରେ ନିର୍ଭର ନକରି ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସାଜିଛନ୍ତି।

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କେଓମାଲ ଗ୍ରାମର ଲାଜର ନନ୍ଦଙ୍କ ପୁଅ ସୁକୃ ନନ୍ଦ। ଦିବ୍ୟାଙ୍ଗ ଥିବାରୁ କୌଣସି କାମ ଧନ୍ଦା ମିଳୁନଥିଲା, ବାଧ୍ୟହୋଇ କାମ ଧନ୍ଦା ଆଶାରେ ବଲାଙ୍ଗୀର ଚାଲି ଆସିଥିଲେ। ବଲାଙ୍ଗୀର ଗନ୍ଧରେଲ ଗ୍ରାମରେ ଏକ ଭଡାଘରେ ତାଙ୍କ ପରିବାର ସହ ରହୁଛନ୍ତି। ପରିବାର କହିଲେ ୪ ଜଣ ପୁଅ, ଝିଅ ଓ ସ୍ୱାମୀ ସ୍ତ୍ରୀ। ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପୁଅ ଦ୍ବିତୀୟ ଶ୍ରେଣୀରେ ପଢୁଛି। ପରିବାର ଭରଣ ପୋଷଣ ପାଇଁ ଗନ୍ଧରେଲ ଗ୍ରାମରୁ ଜିଲ୍ଲା ଟ୍ରେଜେରୀ ଅଫିସକୁ ସକାଳୁ ଉଠି ଯାଆନ୍ତି। ସେଠାରେ ବିଭିନ୍ନ ଜାଗାରୁ ଆସୁଥିବା ଲୋକଙ୍କ ପାଇଁ ଦରଖାସ୍ତ, ଟ୍ରେଜେରୀ ଚାଲାଣ କରି ଦୁଇ ପଇସା ରୋଜଗାର କରନ୍ତି। ସରକାରୀ ସହାୟତା କହିଲେ ବିକଳାଙ୍ଗ ଭତ୍ତା ଏବଂ ରାସନ ଚାଉଳ ମିଳୁଛି। ଏହାଦ୍ବାରା ଘରଭଡ଼ା ଦେଇ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ପରିବାର ଭରଣ ପୋଷଣ କରିବା ସୁକୃଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଯଦି କୌଣସି ସରକାରୀ ସହାୟତା ସ୍ବରୂପ ଖଣ୍ଡିଏ ବାସ ଘର ମିଳନ୍ତା ପୁରା ଉପକୃତ ହୋଇପାରନ୍ତେ ବୋଲି ସପରିବାର ସରକାରଙ୍କୁ ନିବେଦନ କରିଛନ୍ତି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

 

 

 

 

 

 

Leave a Reply

Your email address will not be published.