ଖେଳ ପଡିଆରେ ଚାଲିଛି ମଣିଷ ଏବଂ ହାତୀର ଖେଳ


ଭୁବନ: ଖେଳ ପଡିଆରେ ଚାଲିଛି ହାତୀ ଓ ମଣିଷର ଖେଳ । ଏହା କୈାଣସି ସିନେମାର ଦୃଶ୍ୟ ନୁହେଁ । ସୌଭାଗ୍ୟକୁ ପୋଷା କୁକୁର ଜଙ୍ଗଲୀ ହାତୀର ଉପସ୍ଥିତ ଜଣାଇଦେବାରୁ ବଞ୍ଚିଯାଇଥିଲେ ସକାଳୁ ଭ୍ରମଣରେ ଆସିଥିବା ଲୋକମାନେ । ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ନିକଟସ୍ଥ ଗଂଦିଆ ବ୍ଲକ ସଢଙ୍ଗୀ ବନାଞ୍ଚଳ ଖଙ୍କିରା ବନ କାର୍ଯ୍ୟାଳୟ ନିକଟସ୍ଥ ବ୍ରାହ୍ମଣିତଇଲା ଅଞ୍ଚଳର । ସୂଚନା ଯୋଗ୍ୟଯେ, ଏହି ଅଞ୍ଚଳରେ ହାତୀ ଚଲାପଥ ପାଇଁ ରାସ୍ତା ଥିଲେ ମଧ୍ୟ୍ୟ ଗ୍ରାମ ଲୋକଙ୍କ ସୁରକ୍ଷା ପାଇଁ ଟ୍ରେଞ୍ଚ ଖୋଲିବା ପାଇଁ ବାରମ୍ବାର ଅଭିଯୋଗ ସତ୍ୱେ ଜଙ୍ଗଲ ବିଭାଗ ଏନେଇ କୌଣସି ପଦକ୍ଷେପ ନେଉନଥିବା ହେତୁ ଘଟିଛି ଆଜିର ଘଟଣା । ଖବର ଅନୁଯାଇ ଆଜି ସକାଳେ ବ୍ରାହ୍ମଣୀ ତଇଲା ଗ୍ରାମର କିଛି ଗ୍ରାମବାସୀ ପଡିଆରେ ପ୍ରାତଃ ଭ୍ରମଣ କରୁଥିବା ସମୟରେରେ ହାତୀକୁ ଦେଖି ଭୟଭୀତ ହୋଇ ଦୌଡିବାକୁ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ଗ୍ରାମବାସୀ ଏବଂ ହାତୀ ମାନଙ୍କ ମଧ୍ୟରେ ଛକାପାଞ୍ଝ ଲାଗିବ ପରେ ହାତୀ ଗୁଡିକ ଜଙ୍ଗଲକୁ ଫେରିଯାଇଥିଲେ । ହେଲେ ବାରମ୍ବାର ଗ୍ରାମବାସୀଙ୍କର ଅଭିଯୋଗ ସତ୍ୱେ ବନବିଭାଗ ହାତୀ ଟ୍ରେଞ୍ଚ ନ ଖୋଲିବା ଦ୍ୱାରା ପାଶ୍ୱ ଜଙ୍ଗଲର ହାତୀମାନେ ଅବାଧରେ ଗ୍ରାମ ଭିତରକୁ ପଶି ଆସି ଫସଲ ଆଦି ନଷ୍ଟ କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.