ପୁରୀ ପିପିଲିରେ ରାଜନୈତିକ ହିଂସା, ଦୁର୍ବୁତ୍ତ ପୋଡିଲେ କଂଗ୍ରେସ କାର୍ଯ୍ୟାଳୟ

ପୁରୀ, (ନାଗରାଜ ନ୍ୟୁଜ): ପୁଣି ଅଶାନ୍ତ ଆଡକୁ ଯାଉଛି ପିପିଲି ପୌର ନିର୍ବାଚନ ।ଦେଖା ଦେଲେଣି ରାଜନୈତିକ ହିଂସା ।ଆକ୍ରୋଶ ର ଶିକାର ହୋଇଛି କଂଗ୍ରେସ ର ପାର୍ଟି ଅଫିସ । ପିପିଲି NAC 7 ନମ୍ବର ୱାର୍ଡ ଭିତରେ ହୋଇଥିବା କଂଗ୍ରେସ କ୍ୟାମ୍ପ କୁ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୁତ୍ତ । କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ କରିଥିବା କଂଗ୍ରେସ କାର୍ଯ୍ୟାଳୟକୁ କେହି ଦୁର୍ବୁତ୍ତ ଗତକାଲି ରାତି ନିଆଁ ଲଗାଇ ଦେଇଥିବା ଜଣାପଡିବାରେ ଉତେଜନା ଦେଖାଦେଇଛି । ତେବେ ଅଭିଯୁକ୍ତ ତୁରନ୍ତ ଗିରଫ କରିବକୁ କଂଗ୍ରେସ ଦାବି କରିଛି । ସେପଟେ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଉତେଜନାକୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।

Leave a Reply

Your email address will not be published.