ପୁରୀରେ ଦିଲ୍ଲୀର ଭାଇସ ଚାନ୍ସେଲର ପ୍ରଫେସର ଶ୍ରୀନିବାସ ଭାର୍କେଡି

ପୁରୀ, (ନାଗରାଜ ନ୍ୟୁଜ): ସେଣ୍ଟ୍ରାଲ ସଂସ୍କୃତ ୟୁନିଭରସିଟି ନୂଆ ଦିଲ୍ଲୀର ଭାଇସ ଚାନ୍ସେଲର ପ୍ରଫେସର ଶ୍ରୀନିବାସ ଭାର୍କେଡି ପ୍ରଥମ ଥର ପାଇଁ ପୁରୀ ମାଟିକୁ ଜଗନ୍ନାଥଙ୍କୁ ଦର୍ଶନ ନିମନ୍ତେ ଆସିଛନ୍ତି । ତେଣୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ପାଇଁ ଶ୍ରୀ ଶ୍ରୀକ୍ଷେତ୍ର ଶୋଛନା ପକ୍ଷରୁ ପୁରୀ ହଲିଡେ ରିଶୋର୍ଟ ଠାରେଏକଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସସିଟି ଦିଲ୍ଲୀର କୁଳପତି ଶ୍ରୀନିବାସ ଭାର୍କାଡ଼ି ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଶ୍ରୀ ଶ୍ରୀକ୍ଷେତ୍ର ସୋଛତା ପରିଷଦର ସଂପାଦକ ରାଜେଶ୍ କୁମାର ମହାନ୍ତି, ସମାଜସେବୀ ଚକ୍ରଧର ମହାପାତ୍ର, ହରେକୃଷ୍ଣ ଶତପଥୀ, ଦୁର୍ଗା ଚରଣ ଦାସ ମହାପାତ୍ର, ସଦାଶିବ କଲେଜର ସଭାପତି ଖଗେଶ୍ୱର ମିଶ୍ର ଏବଂ ବିଶ୍ଵନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଆଲୋଚନା ବିଷୟବସ୍ତୁ ଥିଲା ଯଦି ସଦାଶିବ ସଂସ୍କୃତ କଲେଜର ବିଦ୍ୟାର୍ଥୀ ମାନେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଫିଟା ସମୟରେ ସଂସ୍କୃତରେ ମନ୍ତ୍ର ଗାନ କରନ୍ତେ ତେବେ କଲେଜର ମାନ ବୃଦ୍ଧି ହୁଅନ୍ତା ବୋଲି ଅତିଥି ମାନେ ଆଲୋଚନା କରିଥିଲେ ।

Leave a Reply

Your email address will not be published.