ପ୍ରଜାପତି ବ୍ରହ୍ମା କୁମାରୀ କୁତ୍ରା ତରଫରୁ ମହିଳା ଦିବସ‌ ପାଳିତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ଅବସ୍ଥିତ ପ୍ରଜାପତି ବ୍ରହ୍ମା କୁମାରୀ ଜଗନ୍ନାଥ ମନ୍ଦିର ତରଫରୁ ମହିଳା ଦିବସ ବହୁ ଧୁମଧାମରେ ପାଳିତ ହୋଇଯାଇଛି । କୁତ୍ରା ବ୍ଳକ ର ମୁଖ୍ୟ ଆବାହିକା ବ୍ରହ୍ମା କୁମାରୀ ଭୂବନେଶ୍ବରୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୁତ୍ରା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଭୁବନ କୁଜୁର‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ସଶକ୍ତିକରଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଇଶ୍ବରୀୟ‌ ପୁରୁଷ, ମହିଳା ଶିକ୍ଷା, ସ୍ବାସ୍ଥ୍ୟ, କୃଷି ବିଷୟରେ ଆଲୋଚନା କରି ମହିଳା ମାନେ କିପରି ଯାତୀୟ ସ୍ତରରେ କିପରି ସ୍ଵର୍ଣମୟ ଭାରତ ଗଠନ କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲ । ପରେ ଅନୁଷ୍ଠାନର କୁତ୍ରା, ସିଆଲଜୋର, ବାଇଲମା ଓ ଡାହିଜିରା ପ୍ରମୁଖ ଗ୍ରାମର‌ ବ୍ରହ୍ମ କୁମାରୀମାନେ ମହିଳା‌ ଦିବସ ପରିପ୍ରେକ୍ଷୀରେ ‌ସହର ପରିକ୍ରମା କରିବା ସହିତ ବ୍ଳକ ଓ କୃଷି ସ୍ବାସ୍ଥ୍ୟ ବିଷୟରେ ଜନ ସଚେତନତା ସୃଷ୍ଟି କରିଥିଲେ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.