ସୁଶ୍ରୀ ନାରୀଶକ୍ତି ପରିଷଦ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

ପୁରୀ, (ନାଗରାଜ ନ୍ୟୁଜ ): ଆଜି ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ସୁଶ୍ରୀ ନାରୀଶକ୍ତି ପରିଷଦ ତରଫରୁ ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ନାରୀଶକ୍ତି ପରିଷଦର ପ୍ରତିଷ୍ଠାତ୍ରୀ, ନାରୀ ସଙ୍ଗଠିକାଙ୍କ ପୌରହିତରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା ନାରୀମାନେ କିପରି ରୋଜଗାର କ୍ଷମ ହେବେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ ନାଗରାଜ ନ୍ୟୁଜ

Leave a Reply

Your email address will not be published.