ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଭ୍ରୁଣ ନିରୂପଣ ନିମନ୍ତେ ୨୬ଟି ସଂସ୍ଥାକୁ ଅନୁମତି ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଟି ସରକାରୀ ଓ ୨୧ ଟି ବେସରକାରୀ ସଂସ୍ଥା ରହିଛନ୍ତି । ୨୧ରୁ ୧୨ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଲଟ୍ରାସାଉଣ୍ତ ନିମନ୍ତେ ଯୋଗ୍ୟତାପ୍ରାପ୍ତ ଡାକ୍ତର ନିଯୁକ୍ତ, ଅଲଟ୍ରାସାଉଣ୍ତ ସହ ଇକୋ କାର୍ଡିଓଗ୍ରାଫି ନିମନ୍ତେ ଇ-୨୪ ହସପିଟାଲ ଏବଂ ପୁରୀସ୍ଥିତ ମା ସାରଳା ଡାଏଗ୍ନୋଷ୍ଟିକରେ ଅତିରିକ୍ତ ଡାକ୍ତର ନିୟୋଜିତକୁ ଅନୁମତି ଦେବା ଉପରେ ବୈଠକରେ ଆଲୋଚନା ହୋଇଛି । ଏପରିକି ଅଲଟ୍ରାସାଉଣ୍ତ ନିମନ୍ତେ ୬ଟି ସଂସ୍ଥା କରିଥିବା ଆବେଦନକୁ ତର୍ଜମା କରିବାକୁ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଭୃଣ ନିରୂପଣ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ମତ ପ୍ରକାଶ ପାଇଛି । ବିଭିନ୍ନ ସମୟରେ ସଂପୃକ୍ତ ସଂସ୍ଥା ଉପରେ ଅଚାନକ ଯାଞ୍ଚ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି । ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଭୃଣ ନିରୂପଣ ସଂକ୍ରାନ୍ତୀୟ ଅଭିଯୋଗ ପାଇଁ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଦେଷ୍ଟା କମିଟି ସଦସ୍ୟଙ୍କ ନାମ ଉଲ୍ଲେଖ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡଃ ବିରଜା ଶଙ୍କର ରଥ,ଡଃ ବାସୁଦେବ ମହାପାତ୍ର,ଶ୍ରୀ ବିଜୟ କୁମାର ନାୟକ, ଏପିଏମ ଶ୍ରୀ ସନ୍ତୋଷ କୁମାର ମିଶ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ପ୍ରଶାନ୍ତ କୁମାର, ଆଇନଜିବୀ ଶ୍ରୀ ରମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.