୫୩ ଗଡନୃସିହଂପ୍ରସାଦ ଛକ ନିକଟରେ ସଡକ ଦୁର୍ଘଟଣା, ଜଣେ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଗଡନୃସିହଂପ୍ରସାଦ ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା। ସାଇକେଲକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) ସେ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ସମୟରେ ଚଢିଗଲା ଦଶଚକିଆ ଟ୍ରକ ଏବଂ ଗାଡିଟି ଦ୍ରୁତଗତିରେ ଚାଲିଯାଇଥିଲା । ରମେଶ ଜଣେ ଅତି ଗରିବ ଶ୍ରେଣୀର । ପରିବାର କହିଲେ ତାଙ୍କ ସ୍ତ୍ରୀ, ଜଣେ ଭିନ୍ନକ୍ଷମ ପୁଅ ସହ ଛୋଟ ଝିଅ । ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। । ଅନ୍ୟପଟେ ଟ୍ରକକୁ ଜବଦ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ଭୁବନ ପୋଲିସ ।

Leave a Reply

Your email address will not be published.