ଆରମ୍ଭ ହେଲା ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ପର୍ବ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ନଛିପୁର ଗ୍ରାମରେ ଥିବା ନଛିପୁର ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ପ୍ରସ୍ତୁତି ପର୍ବ ଆରମ୍ଭ କରିଛି । ଏହି ଉପଲକ୍ଷେ ଭରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଇରା ବ୍ଲକର କାର୍ୟ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଏଥିରେ ଅଲେଖ ବିଶ୍ୱାଳ, ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ପତ୍ରୀ, ରବୀନ୍ଦ୍ର ମହାନ୍ତି, ଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ଓ ନୃସିଂହ ପାଣି ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ପରିଚାଳନାର ଆହ୍ୱାନ କ୍ରମେ ବାଲେଶ୍ୱର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା ନଛିପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥିମାନେ ପ୍ରସ୍ତୁତି ପର୍ବ ବିଷୟରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.