ପୁରୀ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ପୁରୀ, (ନାଗରାଜ ନ୍ୟୁଜ): ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ବଡ଼ ଦେଉଳରେ ହୋଇଥିବା ଫାଟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ପୁରୀର ଶାହିଭାଇ ଅନୁଷ୍ଠାନ ର ପ୍ରତିନିଧି ମାନେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମନ୍ଦିର ପରିସରକୁ ବୁଲିବାକୁ ଯାଇଥିଲେ ଏବଂ ସେଠାରେ ଘଟଣାର ସତ୍ୟତା ଥିବାର ଜାଣିବାକୁ ପାଇଥିଲେ । ଏହି ପ୍ରାଚୀର ଅତୀବ ପୁରାତନ ହୋଇଥିବାରୁ ଏହା ନିକଟରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟରେ ଯେଉଁଭଳି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଉଛି ତାହାର ପ୍ରାଚୀର ଉପରେ ପ୍ରଭାବ ପଡୁଛି ତେଣୁ କୌଣସି ସମୟରେ ଏହି ପ୍ରାଚୀର ଭୁଶୁଡ଼ି ପଡ଼ିବା ଭଳି ମନେ ହେଉଛି ତେଣୁ ଉକ୍ତ କାର୍ଯ୍ୟକୁ ବିରୋଧ କରି ଶୁକ୍ରବାର ସାହିଭାଇ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏକର ଏକର ପରିସୀମାରେ ବ୍ୟାପ୍ତ ବିଶାଳ ପଥର ନିର୍ମିତ ମେଘନାଦ ପ୍ରାଚୀର କେଉଁ ସମୟରେ ଭୁସୁଡ଼ିପଡ଼ିବ ତେଣୁ ଏହି କାର୍ଯ୍ୟକୁ କରିବା ଆଗରୁ ପ୍ରଥମେ ପ୍ରାଚୀରର ମରାମତି କରାଯିବା ଦରକାର ନହେଲେ ସବୁଦିନ ପାଇଁ ଏହା ଏକ ପ୍ରଶ୍ନବାଚି ସୃଷ୍ଟି କରିବ ବୋଲି ଶାହିଭାଇ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି ।
ଆସନ୍ତା 24 ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଯଦି ଏହାର ପ୍ରକୃତ ତଦନ୍ତ କରି ପ୍ରାଚୀର ର ମରାମତି ନକରନ୍ତି ତେବେ ଶାହିଭାଇ ଅନୁଷ୍ଠାନର ସଭ୍ୟ ମାନେ ଏହାକୁ ଘୋର ନିନ୍ଦା କରି ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

Leave a Reply

Your email address will not be published.