ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କୁ ଆନ୍ତର୍ଜାତିକ ସାମାଜିକ ସମ୍ମାନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କୁ ଅକ୍ଟୋବର ମାସ ଏକୋଇଶି ତାରିଖ ଦିନ ଅପରାହ୍ନ ଗୋଟାଏ ସମୟରେ ଶ୍ରେଷ୍ଠ ଶିକ୍ଷକ ଓ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ହିସାବରେ ଆନ୍ତର୍ଜାତିକ ସାମାଜିକ ସମ୍ମାନ ଜନକ ସେବା ସମ୍ମାନ ରେ ବିଭୁଷିତ କରାଯାଇଅଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ମୁନ୍ ମୁନ୍ ଖୁଣ୍ଟିଆ ଉପସ୍ଥିତ ହୋଇ ଉଦ୍ ବୋଧନ ଦେବା ସଙ୍ଗେ ସଙ୍ଗେ ସମ୍ମାନ ପତ୍ର, ପୁଷ୍ପ ଗୁଚ୍ଛ, ଉତ୍ତରୀୟ, ଟ୍ରଫି,ଓ ପଦକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ସାହୁ ହେଉଛନ୍ତି ଗିରିଧାରୀ ସାହୁ ଓ ଯଶୋଦା ସାହୁ ଙ୍କ ମଧ୍ୟମ ପୁତ୍ର। ସେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ପୁରସ୍କାର, ଗାରିମା ବ୍ରୋଞ୍ ଓ ରୈ।ପ୍ଯ ପୁରସ୍କାର, ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଦୁଇ ଥର ପ୍ରକ୍ରୁତିବନ୍ଧୁ ପୁରସ୍କାର ଓ ପ୍ରକ୍ରୁତିମିତ୍ର ପୁରସ୍କାର ଓ ଭାରତ ସରକାର ଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ ସମାଜ ସେବାପାଇଁ ଶ୍ରୀ ସାହୁ ଙ୍କୁ ଆନ୍ତର୍ଜାତିକ ସାମାଜିକ ସେବା ସମ୍ମାନ ପ୍ରଦାନ କରାଯାଇଅଛି। ଉକ୍ତ ସଭାରେ ବିଶ୍ଵ ବଦାନ୍ୟତା ମଙ୍ଗଳ ପ୍ରତିଷ୍ଠାନ ର ନିର୍ଦେଶକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଜୟଦେବ ଭବନ ରେ ଅନୁଷ୍ଠିତ ହୋଇଯାଇଅଛି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.