ଆଜି ପୋଲିସ ସହିଦ ଦିବସ

କଟକ,(ନାଗରାଜ ନ୍ୟୁଜ): ଆଜି ପୋଲିସ ସହିଦ ଦିବସ । 1959 ମସିହା ଅକ୍ଟୋବର 21 ତାରିଖ ଦିନ ଚାଇନା ଆକ୍ରମଣରେ ଭାରତ ର 10 ଜଣ ପୋଲିସ ସହିଦ ହୋଇଥିଲେ।ପ୍ରତ୍ୟେକ ବର୍ଷ ଅକ୍ଟୋବର 21 ତାରିଖ ଦିନଟି ସମଗ୍ରର ଦେଶରେ ସହିଦ ଦିବସ ପାଳନ କରାଯାଇ ମୃତାହତ ପୋଲିସ ସହିଦ ଙ୍କ ସ୍ମୃତି ଚାରଣ କରାଯାଏ। ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଠାରେ 63 ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବାଂଶାଲ ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ସହିଦ ସ୍ତମ୍ଭ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ସହିଦ ମାନଙ୍କୁ ତୋପ ସଲାମୀ ଦିଆ ଯାଇଥିଲା।ମହାନିର୍ଦ୍ଦେଶକ ବଂଶାଲ୍ ସାହିଦ୍ ପୋଲିସ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଚଳିତ ବର୍ଷ ଭାରତରେ 265 ଜଣ କାର୍ଯ୍ୟ ରତ ପୋଲିସ ସହିଦ ହୋଇଛନ୍ତି।ସେହି ଭଳି ଓଡ଼ିଶାରେ 3 ଜଣ କାର୍ଯ୍ୟ ରତ ପୋଲିସ ସହିଦ ହୋଇଛନ୍ତି।ଏହି ସହିଦ ଦିବସ ଅବସରରେ ରାଜ୍ୟପାଳ ଏବଂ ମୁଖ୍ୟ ମନ୍ତ୍ରୀଙ୍କର ବାର୍ତ୍ତା ପାଠ କରାଯାଇଥିଲା।ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ।ଶେଷରେ ପୋଲିସ ମହାନିର୍ଦ୍ଦେଶକ ଵଂଶାଲ ସୂଚନା ଦେଇ କହିଲେ ଓଡ଼ିଶାରେ ମାଓବାଦୀ ସମ୍ପୂର୍ଣ ନିୟନ୍ତ୍ରଣ ଧିନ୍ ରହିଛି। ଏବେ କେତେକ ମାଓ ବାଦି ସମାଜର ମୁଖ୍ୟ ସ୍ରୋତ କୁ ଫେରିବାକୁ ଚାହିଁ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।ପୋଲିସ ମଧ୍ୟ ସେମାନଙ୍କୁ ସହାୟତା ପ୍ରଦାନ କରୁଛି।

Leave a Reply

Your email address will not be published.