ଗ୍ଲୋବାଲ ଏନଜିଓ ତରଫରୁ ସାମ୍ବାଦିକ ସମ୍ମିଳନୀ

ଖଇରା, (ନାଗରାଜ ନ୍ୟୁଜ): କରୋନାର ନୂଆ ଭ୍ୟାରିଆଣ୍ଟ ’ଓମିକ୍ରନ’ ସଂକ୍ରମଣ ମାମଲା ଦେଶରେ ବଢିବାରେ ଲାଗିଛି । ଏଥିପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ପାଇଁ ସତର୍କତା ଜରୁରୀ ଆବଶ୍ୟକ ହୋଇପଡିଛି । ଏଥିପାଇଁ ଗ୍ଲୋବାଲ ଏନଜିଓ ତତପର ହୋଇ ଉଠିଛି  । ଉକ୍ତ ଏନଜିଓକୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ସ୍ଥିତ ୟୁନାଇଟେଡ୍ କ୍ଲବର କର୍ମକର୍ତ୍ତାମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମାକ୍ସ ବାଣ୍ଟିବା ସହିତ ଏ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଇବା ନିମନ୍ତେ ଅଣ୍ଟା ଭିଡିଛି ଗ୍ଲୋବାଲ ଓ ୟୁନାଇଟେଡ୍ କ୍ଲବର ମେମ୍ବର ମାନେ ।

ଗ୍ଲୋବାଲ ଏନ.ଜି.ଓ. ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଦାସ ଏହାର ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିସହିତ କ୍ଲବର ସମସ୍ତ ସଦସ୍ୟ ଏକମନ ଏକପ୍ରାଣ ହୋଇ ସମାଜସେବା ପାଇଁ ଆଗେଇ ଆସିଛନ୍ତି ।

Leave a Reply

Your email address will not be published.