ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିନବ ଯୋଜନା

କଟକ, (ନାଗରାଜ ନ୍ୟୁଜ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାନାଦି ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ବରିଷ୍ଠ ନାଗରିକଙ୍କର ସର୍ବବିଧ ସେବା ପାଇଁ ପ୍ରଧାମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ଅଭିନବ କାର୍ଯ୍ୟକ୍ରମ । ଭାରତର କୋଣ ଅନୁକୋଣରେ ଥିବା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ମାନଙ୍କରେ ବରିଷ୍ଠ ନାଗରିକ ମାନଙ୍କୁ ମାଗଣାରେ “ପ୍ରାଥମିକ ଚିକିତ୍ସା କିଟ” ବଣ୍ଟନ କରାଯାଇଛି । କଟକ ଚାଉଳିଆଗଞ୍ଜ ସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଠାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଶକ୍ତି ଦାସ, ସମ୍ମାନୀତ ଅତିଥି ଭାବେ ଡାକ୍ତର ପାର୍ଥ ସାରଥୀ ଜେନା ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଅମୃତମୟ ସେବା ପାଇଁ ବହୁ ବରିଷ୍ଠ ନାଗରିକ ଉପକୃତ ହୋଇ ପାରିବେ ବୋଲି ସେ କହିଥିଲେ । କେନ୍ଦ୍ର ସରକାର ଏହି ଅବସରରେ ଆବାଳ ବୃଦ୍ଧବନିତାଙ୍କ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହା ଫଳରେ ଅଗଣିତ ଜନସାଧାରଣଙ୍କ ମଧ୍ୟରେ ଖେଳିଯାଇଛି ଅଫୁରନ୍ତ ଆନନ୍ଦ ଓ ଉଦ୍ଦୀପନା । ଶେଷରେ ୭୦ରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ମାନଙ୍କୁ ସମ୍ପୂର୍ଣ ମାଗଣାରେ ପ୍ରାଥମିକ ଚିକିତ୍ସା କିଟ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ କେନ୍ଦ୍ରର ସତ୍ଵାଧିକାରିଣୀ ପ୍ରଭାତୀ ମହାରଣା ଉପସ୍ଥିତ ଥିଲେ।

Leave a Reply

Your email address will not be published.