ନକଲି ଡାକ୍ତର ଗିରଫ

ଭୁବନେଶ୍ଵର, (ନାଗରାଜ ନ୍ୟୁଜ): କ୍ୟାନସର ପିଡ଼ିତା ମହିଳାଙ୍କୁ ଚିକିତ୍ସା କରିବା ଆଳରେ ଠକିବା ନକଲି ଡାକ୍ତରଙ୍କ ପାଇଁ ମହଙ୍ଗା ପଡିଛି । ଏବେ ଚନ୍ଦକା ଥାନା ପୁଲିସ ନକଲି ଡାକ୍ତର ଗଙ୍ଗପଡା ଭଟକୁରିର ଜାନକି ବଲ୍ଲଭ ପଟ୍ଟନାୟକକୁ ଗିରଫ କରିଛି । ପୁଲିସ ପଚରାଉଚରା କରିବାରୁ ନକଲି ଡାକ୍ତରଙ୍କ କାରନାମାର ଗୁମର ଫିଟିଛି। ତାଙ୍କ ନାମରେ ଥାନାରେ ମକଦ୍ଧମା ରୁଜ୍ଜୁ ହୋଇଛି । ତାଙ୍କୁ ପୁଲିସ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି । କ୍ୟାନସର ପିଡ଼ିତା ମହିଳାଙ୍କ ଭାଇ ଖୋର୍ଦ୍ଧା ମେନରୋଡର ପ୍ରଦିପ୍ତ ପ୍ରସାଦ ରାମଙ୍କ ଅଭିଯୋଗ ଅନୁଯାୟୀ ଭଉଣୀ ମୀନା କାରି ଦାସ କ୍ୟାନସର ପିଡିତ ହୋଇ ଉତ୍କଳ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ନକଲି ଡାକ୍ତର ଜଣକ ଭଲ କରିଦେବେ ବୋଲି ଜାନୁଆରୀ ମାସରେ ପ୍ରତିଶୃତି ଦେଇଥିଲେ । ହେଲେ ତାଙ୍କ ପାଖରେ ଚିକିତ୍ସା ହେବା ଦିନଠାରୁ ତାଙ୍କ ଭଉଣୀର ଅବସ୍ଥା ବିଗିଡିବାରେ ଲାଗିଥିବା ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିର୍ତ୍ତିକରି ପୁଲିସ ନକଲି ଡାକ୍ତରକୁ ଗିରଫ କରିଛି।

Leave a Reply

Your email address will not be published.