କୁତ୍ରା ବଜରଙ୍ଗ ଦଳ ତରଫରୁ ପାକ୍ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବସ ଷ୍ଟାଣ୍ଡ ଠାରେ କୁତ୍ରା ବଜରଙ୍ଗଦଳ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜାମ୍ମୁ-କାଶ୍ମୀର ଓ ଶ୍ରୀ ନଗର ଠାରେ ହିନ୍ଦୁ ମାନଙ୍କୁ ପାକିସ୍ତାନ ଆତଙ୍କବାଦୀମାନେ କ୍ରମାଗତ ହତ୍ୟା କରୁଥିବା ବେଳେ, ପୁଣି ଶ୍ରୀ ନଗର ଠାରେ ବିଦ୍ୟାଳୟ ଭିତରେ ପଶି ଦୁଇ ଜଣ ଶିକ୍ଷକଙ୍କୁ ନିର୍ମମ ହତ୍ୟା କରିବା ପ୍ରତିବାଦରେ କୁତ୍ରା ବଜରଙ୍ଗ ଦଳ ତରଫରୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହାସହିତ ପାକିସ୍ତାନ ପତାକାକୁ ମଧ୍ୟ ଦାହ କରାଯାଇଛି ।

ପାକ୍ ଆତଙ୍କି ବାରମ୍ବାର ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରୁଥିବାରୁ କେନ୍ଦ୍ର ସରକାର ଏହା ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ବଜରଙ୍ଗଦଳ ଦାବି କରିଛନ୍ତି । ଏଥିରେ କୁତ୍ରା ବଜରଙ୍ଗଦଳ ସଭାପତି ମହେଶ ପ୍ରଧାନ, ମନଜିତ ଲହରୀ, କାହ୍ନାଚରଣ କରାଲି, ନିଖିଳ ଲହରୀ, ବିକିବାଗ, ଆଲୋକ ସାହୁ, ମଣ୍ଟୁ ଲହରୀ, ଅଭିଷେକ ଲାକ୍ରା ଓ ବିବେକ କିସାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.