ବ୍ଲୁ ଫ୍ଲାଗ ବିଚକୁ ବିରୋଧ, ୨୬ଦିନ ପରେ ଆନ୍ଦୋଳନ ସ୍ଥଗିତ

ପୁରୀ, (ନାଗରାଜ ନ୍ୟୁଜ): ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ୨୬ଦିନ ଆନ୍ଦୋଳନ ପରେ ସ୍ଥଗିତ ରଖାଯାଇଛି । ତେବେ ୫ ଜଣ ସୁରକ୍ଷା ପ୍ରହରୀ ଜଗି ରହିବେ । ଚକ୍ରତୀର୍ଥ ବେଳାଭୂମିରେ ଆଜି ଆନ୍ଦୋଳନକାରୀ ଖୋଳାଯାଇଥିବା ବାଲି ପୋତିଛନ୍ତି । ଏଥିସହ ଜଙ୍ଗଲ ଓ ପରିବେଶ ଏବଂ ପର୍ୟ୍ୟଟନ ମନ୍ତ୍ରୀଙ୍କ ତୈଳଚିତ୍ର ବାଲିରେ ସମାଧି ଦିଆଯାଇଥିଲା । ମରିବୁ ପଛେ ଛାଡ଼ିବୁ ନାହିଁ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ବେଳାଭୂମି । ଜିଲ୍ଲାପାଳଙ୍କ ସହ ହୋଇଥିବା ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଚାଲୁ ରହିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ କଟକଣା ଲାଗୁ ହୋଇଥିବାରୁ ଏକତ୍ରିତ ଭାବେ ବେଳାଭୂମିରେ ପ୍ରତିବାଦ ନକରି ଆଜି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବେଳାଭୂମି ସୁରକ୍ଷା ସମିତି କୌଣସି ନିର୍ମାଣ କାର୍ୟ୍ୟ ନକରିବାକୁ ଦାବୀ କରିଛି । ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଶହ ଶହ କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ଶୀତ କାକରରେ ୨୬ଦିନ ହେବ ଧାରଣା ଦେଇଥିଲେ । ତେବେ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ଆଚରଣ ବିଧି ଲାଗୁ ପରେ ସବୁ ନିର୍ମାଣ କାମ ବନ୍ଦ ରହିବ । ଏଣୁ ବର୍ତ୍ତମାନ ସ୍ଥିତିରେ କିଛି ଦିନ ଆନ୍ଦୋଳନ ସ୍ଥଗିତ ରଖାଯାଇଛି ।

Leave a Reply

Your email address will not be published.