ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବୀପତ୍ର

ଖଇରା,(ନାଗରାଜ ନ୍ୟୁଜ): ଧାନ ତଥା ଅନ୍ୟାନ୍ୟ କୃଷିଜାତ ସାମଗ୍ରୀର ସର୍ବାଧିକ ସହାୟକ ମୂଲ୍ୟ ଦାବିରେ ଭାରତୀୟ ଖଇରା ଶାଖା କିଶାନ ସଂଘ ପକ୍ଷରୁ ଏକ ଦାବୀପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ପ୍ରଦାନ କରାଯାଇଛି । କିଶାନ ସଂଘର ରାଜ୍ୟକାର୍ୟ୍ୟକାରିଣୀ ସଭ୍ୟ ବିଶ୍ୱନାଥ ସେଣ୍ଡଙ୍କ ନେତୃତ୍ୱରେ ସଭ୍ୟ ମାନେ ତହସିଲଦାର ମହେନ୍ଦ୍ର ବେହେରାଙ୍କ ଅନୁପସ୍ଥିରେ ଅତିରିକ୍ତ ତହସିଲଦାରଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସତ୍ୟବ୍ରତ ନାରାୟଣ ବେହେରା, ନିରଞ୍ଜନ ବେହେରା, ରତିକାନ୍ତ ଜେନା ଓ ଉମାଜାନ୍ତ ନାତକ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ । ଏବେ ଦେଶରେ ଚାଷୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଖର୍ଚ୍ଚ ଭରଣା କରିବା ସମ୍ବବ ହେଉନାହିଁ । ଏଣୁ ଚାଷିମାନଙ୍କର ଜମି ପଡିଆ ପଡୁଛି । ଏଥିପାଇଁ ପୂର୍ବରୁ ଚାଷୀମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ପରେ ଜଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଥିଲେ ହେଁ ଚାଷୀ ମାନଙ୍କ ସମସ୍ୟା ଏଯାଏଁ ସମାଧାନ ହୋଇପାରି ନାହିଁ । ଏଣୁ ବ୍ଲକ ଓ ତହସିଲସ୍ତରରେ ଆଜି ଦାବିପତ୍ର ପ୍ରଦାନ କରାଯାଉଥିବା ନେଇ କୃଷକ ନେତା ମାନେ କହିଛନ୍ତି ।

Leave a Reply

Your email address will not be published.