ଭାଇବୋହୁଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜେଲ ଗଲେ ଦେଢଶ୍ଵଶୁର

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ଭାଇବୋହୁଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜେଲ ଗଲେ ଦେଢଶ୍ଵଶୁର । ଏଭଳି ଘଟଣା ପାଟଣାଗଡ଼ ଥାନା ଝୁଲେନବର ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୃତ ଓଏଏସପି ଯବାନଙ୍କ ବିଧବା ପତ୍ନୀଙ୍କୁ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କ ନିଜ ଦେଢଶ୍ଵଶୁର ମହିଳାଙ୍କ ସହିତ ଅସଦାଚରଣ କରିଥିଲେ । ମହିଳା ଉପସ୍ଥିତ ବୁଦ୍ଧି ବଳରେ ସେହି ସ୍ଥାନରୁ ଖସି ପଳାଇଯାଇଥିଲେ । ମହିଳା ଜଣକ ପାଟଣାଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲେ । ତଦନ୍ତ ପରେ ପୁଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।

Leave a Reply

Your email address will not be published.