ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ ଓ ସାଧାରଣ ସଭା

ଖଇରା,(ନାଗରାଜ ନ୍ୟୁଜ): ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଶିକ୍ଷକ ମଞ୍ଚ । ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ ପ୍ରଦର୍ଶନ । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ତରଫରୁ ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଥମେ ବ୍ଲକ ଶିକ୍ଷକ ଭବନ ଠାରୁ ମଞ୍ଚର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ହାତରେ ପ୍ଲା-କାର୍ଡ ଧରି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ସଭାସ୍ଥଳ ଖଇରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ପରେ ପରେ ଲମ୍ବୋଦର ଦାସଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚ ଆହ୍ୱାନ କରିଥିଲେ ସିଆରସିସି ସୁଶାନ୍ତ କୁମାର ମହାପାତ୍ର । ଉକ୍ତ ସଭାରେ ମୁଖ୍ୟ ଅତିଥି ଆସନ ଅଳଂକୃତ କରିଥିଲେ ଖଇରା ମହାବିଦ୍ୟାଳୟର ଅଧ୍ଯାପକ ବନମାଳୀ ବାରିକ । ମୁଖ୍ୟବକ୍ତା ନାରାୟଣ ଚନ୍ଦ୍ର ପେଡା ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଞ୍ଚର ସମ୍ପାଦକ ସୁଦର୍ଶନ ସେଠୀ, କୈଳାସ ଚନ୍ଦ୍ର ବେହେରା, ରଞ୍ଜନ କୁମାର ମହଲା, ଲକ୍ଷ୍ମଣ ସେନ୍, ଭରତ ଶିଅଳ, ନାରାୟଣ ଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ମହାନ୍ତି, ରବୀନ୍ଦ୍ର ଶିଅଳ ଓ ନାରାୟଣ ଚନ୍ଦ୍ର ପେଡା ପ୍ରମୁଖ ମଞ୍ଚାସୀନ ଥିଲେ ।

ମଞ୍ଚାସୀନ ଅତିଥିମାନେ ଶିକ୍ଷକ ମାନଙ୍କର ମୁଖ୍ୟ ଦାବି ୬ ବର୍ଷ ଚୁକ୍ତି ଭିତ୍ତିକ କାର୍ଯ୍ୟକଳାପକୁ ମୂଳ ଚାକିରୀରେ ସାମିଲ କରିବା ଓ ଏହି ୬ ବର୍ଷରେ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା ଉପରେ ଆଲୋଚନା କରିଥିଲେ । ଯଦି ସରକାର ଦାବି ପୂରଣ ଦିଗରେ ସଚେତନ ନ ହୁଅନ୍ତି, ତେବେ ଆଗାମୀ ଦିନରେ ଏହି ବିକ୍ଷୋଭ ଖଇରା ଠାରୁ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ଯାପିବ ବୋଲି ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭ ମାଧ୍ୟମରେ ନ୍ଯାର୍ଯ୍ଯ ଦାବି ସରକାରଙ୍କ ଠାରୁ ଛଡାଇ ଆଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ ଏବଂ ଦାବି ହାସଲ ପର୍ଯ୍ୟନ୍ତ ଏ ଲଢେଇ ଚାଲୁ ରଖିବାକୁ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିବେଦନ କରିଥିଲେ ଅତିଥିମାନେ । ମଞ୍ଚର ସମସ୍ତ କର୍ମକର୍ତ୍ତା ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନାରେ ସହଯୋଗ କରିଥିଲେ । ଆବାହକ ହଳଧର ସାହୁଙ୍କ ଦ୍ବାରା ଆୟୋଜିତ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିଲା । ସଭା ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲା ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ । ଏଥିରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.