କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମା ଚଣ୍ଡୀଙ୍କ ପୀଠରେ ଯଜ୍ଞ

ଖଇରା,(ନାଗରାଜ ନ୍ୟୁଜ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ଗ୍ରାମରେ ଥିବା ମା ଚଣ୍ଡୀଙ୍କ ପୀଠରେ ୨ ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ତା ୦୬/୧୧/୨୨ ରିଖ ଥିଲା ପୂର୍ଣ୍ଣାହୂତି ଦିବସ । ୨ ଦିନ ଧରି ପଣ୍ଡିତ ମାନେ ନିଷ୍ଠାର ସହିତ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ । ମନ୍ଦିର ପୂଜକ ମଧ୍ୟ ମା’ ଙ୍କ କାର୍ଯ୍ୟରେ ବ୍ଯସ୍ତ ଥିବାର ଦେଖିବାକୁ ମିଳିଥିଲା । ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୂତି ହେବା କଥା କିନ୍ତୁ ଏବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ ପାଇଁ ଦେବକାର୍ଯ୍ଯ ନିଷେଧ ଥିବାରୁ ପୂର୍ବରୁ ଯଜ୍ଞ ଆରମ୍ଭ କରାଯାଇଥିଲା । ଶେଷ ଦିନରେ ଭକ୍ତମାନେ ମା’ ଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେଵନକରି ମହାଆନନ୍ଦରେ ଘରକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ପୀଠରେ ଵହୁ ଭକ୍ତଙ୍କ ସମାଗମ ହୋଇଥିବାର ପରିଲକ୍ଷିତ ହୋଇଥିଲା । ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସ, ସମିତିସଭ୍ୟ ନାରଣ ଦାସ, ଟ୍ରଷ୍ଟର ସଦସ୍ୟ କୈଳାସ ଚନ୍ଦ୍ର ରଣାଙ୍କ ସମେତ ସମସ୍ତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ପରିଚାଳନାରେ ଶାନ୍ତିଶୃଙ୍ଖଳାରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ପୂର୍ବତନ ସମିତିସଭ୍ୟ ତଥା ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସ ପୀଠର ଦାୟିତ୍ବ ନେବା ପରଠାରୁ କ୍ରମାନ୍ବୟ ଭାବେ ପୀଠର ଉନ୍ନତି ହୋଇ ଚାଲିଛି । ଏଥିପାଇଁ ଶ୍ରୀ ଦାସଙ୍କୁ ଗ୍ରାମ ତଥା ଅଞ୍ଚଳବାସୀଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.