‘ନବନିର୍ମାଣ କୃଷକ ସଙ୍ଗଠନ’ ପକ୍ଷରୁ ବିରୋଧ ସମାବେଶ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସାଇଁବିରି ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ‘ନବନିର୍ମାଣ କୃଷକ ସଙ୍ଗଠନ’ ପକ୍ଷରୁ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ପ୍ରହଲାଦ ସାହୁ ଏହାର ନେତୃତ୍ୱ ନେଇଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣାନୀତି ଉପରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପୂର୍ବତନ ବିଧାୟକ ପାର୍ଥୀନି ରେବତୀ ବେହେରା, ସୁଧାକର ପରିଡା, ପ୍ରେମଲତା ରାଉତ ଓ ଗଙ୍ଗାଧର ରାଉତ ଆଦି ଉପସ୍ଥିତ ଥିଲେ ।

Leave a Reply

Your email address will not be published.