ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ମିଶନ ଶକ୍ତି ଗୃହରେ ଜନ ସଚତନେତା କାର୍ଯ୍ୟକ୍ରମ ତା ୦୩/୧୧/୨୨ ରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆର ବି ଓ ର ମୁଖ୍ୟ ପରିଚାଳକ ଅରୁଣ କୁମାର ହୋତା ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଫତେପୁର ଏସ ବି ଆଇ ଶାଖା ମ୍ୟାନେଜର ସତ୍ୟ ରଞ୍ଜନ ସାହୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଲଡ଼ିଏମ ବାଲେଶ୍ୱର ବିଶ୍ୱଜିତ ଶତପଥୀ, ଡ଼ିଡ଼ିଏମ ନାବାର୍ଡ ତାପସ ରଞ୍ଜନ ପ୍ରଧାନ, ସିଡିପିଓ ସୌଭାଗ୍ୟ ରାଉତ, ଔପଦା ୟୁକୋ ବ୍ୟାଙ୍କ ମ୍ୟାନେଜର ଶରତ କୁମାର ନାୟକ, ୟୁନିଅନ ବ୍ୟାଙ୍କ ପରିଚାଳକ ମେଘମନି ମନଲ, ଔପଦା ଓଡିଶା ଗ୍ରାମ୍ୟ ବ୍ୟଙ୍କ ପରିଚାଳକ ଦିଲ୍ଲୀପ କୁମାର ଯେନା ପ୍ରମୁଖ ଉପସ୍ଥିତ ରହି ଜନସାଧାରଙ୍କୁ ବ୍ୟାଙ୍କର ପ୍ରତ୍ୟେକ କାର୍ଯ୍ୟ ପାଇଁ ସମସ୍ତ ସୁବିଧା ରହିଥିବା ବେଳେ କୌଣସି ଗ୍ରାହକ ଠକାମିରେ ଶିକାର ନହେବା ନେଇ ଆଲୋଚନ କରିଥିଲେ । ଫତେପୁର ଏସ ବି ଆଇ ଶାଖାର ସହକର୍ମୀ ଜୟନ୍ତ କୁମାର ବିଶ୍ୱାଳ ଓ ପବିତ୍ର ମୋହନ ଶତପଥୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିରେ ଫତେପୁର ବ୍ୟାଙ୍କ ଶାଖାର ସମସ୍ତ ସି.ଏସ.ପି. ଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.