ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା, ୧୭୨ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି ‌। ଏହାସହ ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ ଫୋନ ଓ ୨ଟି ବାଇକ ଜବତ କରାଯାଇଛି। ବ୍ରାଉନସୁଗାର କାରବାରର ତିନି ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର‌ ସୁବାଷ କୁମାର ଦାସ, ୱଟର ୱର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା । ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରୀ ରହିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

Leave a Reply

Your email address will not be published.