ଚାଲିଛି କପିଳ ମୁନିଙ୍କ ପୂର୍ଣ୍ଣାହୁତୀ ଯଜ୍ଞ ଓ ମହୋତ୍ସବ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବୌଦ୍ଧକ୍ଷେତ୍ର କୁପାରୀରେ ଚାଲିଛି ବାବା କପିଳ ମୁନିଙ୍କ ମେଳା ଓ ମହୋତ୍ସବ । ବିଭିନ୍ନ ସ୍ଥାନରୁ ଆସିଥିବା ନାମିଦାମୀ ଦୋକାନୀ ଓ ଦୋଳିଖେଳ ସହିତ କୁପାରୀ ମୁନିମେଳା ଅଞ୍ଚଳ ପ୍ରକମ୍ପିତ ହେଉଛି । ମେଳାକମିଟିର ସମ୍ପାଦକ ଜୟନ୍ତ କୁମାର ରାଉତଙ୍କ ଉଦ୍ୟମରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମେଳା । କମିଟିର ସଦସ୍ୟମାନେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ସର୍ବଦା ସଜାଗ ରହିଛନ୍ତି । ଆଜି ଅର୍ଥାତ ତା ୨୨/୦୧/୨୩ ରିଖ ମହୋତ୍ସବର ଶେଷ ଦିବସ ହୋଇଥିବା ବେଳେ ମୁନି ମଣ୍ଡପରେ ପୂର୍ଣ୍ଣାହୁତୀ ଯଜ୍ଞ ଚାଲିଛି । ପଣ୍ଡିତ ସୁରେନ୍ଦ୍ର ପଣ୍ଡା, ବଂଶୀଧର ପଣ୍ଡା ଓ ଅଶୋକ ବହଳି ପୂର୍ଣ୍ଣାହୁତୀ ଯଜ୍ଞପାଠ କାର୍ଯ୍ୟରେ ବ୍ଯସ୍ତ ଥିବାର ଦେଖିବାକୁ ମିଳିଛି । ପୂର୍ଣ୍ଣାହୁତୀ ପରେ ଯଜ୍ଞ କାର୍ଯ୍ୟର ପରିସମାପ୍ତି ଘଟିବ । ପ୍ରତ୍ୟେକ ଦିନ ମହୋତ୍ସବ ଦେଖିବାକୁ ଶହଶହ ଲୋକଙ୍କ ସମାଗମ ହେଉଛି । ଶାନ୍ତିଶୃଙ୍ଖଳାର ସହିତ ଦର୍ଶକମାନେ ମେଳା, ମହୋତ୍ସବ ଓ ଯଜ୍ଞ ଦେଖି ଘରକୁ ଫେରୁଛନ୍ତି । ଏସବୁ ମେଳା କମିଟିର କର୍ମକର୍ତ୍ତା ମାନଙ୍କ ପାଇଁ ହିଁ ସମ୍ଭଵ ହୋଇପାରିଛି । ପ୍ରକାଶ ଥାଉକି- କୁପାରୀ କପିଳମୁନି ମେଳା କମିଟି ଏକ ଶୃଙ୍ଖଳିତ କମିଟି । ସର୍ବଦା ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ କମିଟି ଏବଂ କମିଟିର ସମସ୍ତ ସଦସ୍ୟ ମାନେ ତତ୍ପର ଥାଆନ୍ତି । ଦୈବାତ ଯଦି କୌଣସି ସମସ୍ୟା ଦେଖାଦିଏ କମିଟି ମାଧ୍ୟମରେ ସଂଗେ ସଂଗେ ସମାଧାନ ହୋଇଥାଏ । ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମୁନିମେଳା ଯାତ୍ରୀଙ୍କ ସମାଗମ ଥିବା ପର୍ଯ୍ୟନ୍ତ ଚାଲିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି । ଦୀର୍ଘ ପ୍ରାୟ ୩ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ କପିଳ ମୁନିଙ୍କ ମେଳା କୁପାରୀ ଠାରେ ଅନୁଷ୍ଠିତ ହୋଇଆସୁଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.