ଗର୍ଭବତୀ ଓ ପ୍ରସୂତିଙ୍କୁ ଅବଧି ଶେଷ ଛତୁଆ ବଣ୍ଟନ

ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତିଙ୍କୁ ଅବଧୂ ଶେଷ ଛତୁଆ ବଣ୍ଟନ କରାଯାଉଥିବା ନରାଜ ଗ୍ରାମର ତୁଷାରକାନ୍ତ ବେହେରା ଉକ୍ତ ବ୍ଲକ ସିଡିପିଓ ଓ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ନରାଜ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଅବଧି ସରିଯାଇଥିବା ଓ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଛି। ଗର୍ଭବତୀ, ପ୍ରସ୍ତୁତି ଏବଂ ଶିଶୁଙ୍କ ପୋଷଣକୁ ଗୁରୁତ୍ବ ଦେଇ ପୁଷ୍ଟିକର ଖାଦ୍ୟ, ଛତୁଆ, ଅଣ୍ଡା ଓ ବାଦାମ ଲଡ଼ୁ ଆଦି ପ୍ରଦାନର ନିର୍ଦ୍ଧେଶ ରହିଥିବାବେଳେ ଏହି ପଞ୍ଚାୟତରେ ସେଭଳି ହେଉନାହିଁ। ଗତ ୧୫ରେ ନରାଜ ଗ୍ରାମର ତୁଷାରକାନ୍ତ ବେହେରାଙ୍କ ଘରକୁ ଅଙ୍ଗନବାଡ଼ି କେନ୍ଦ୍ରରୁ ଛତୁଆ ମିଳିଥିଲା ଉକ୍ତ ଛତୁଆ ପ୍ୟାକେଟରେ ମା’ ମହାଲକ୍ଷ୍ମୀ ସଂୟ ସହାୟକ ଗୋଷ୍ଠୀ, ଗ୍ରାମ-ହରିଶଙ୍କରପୁର, ଜିଲ୍ଲା-କଟକ, ବ୍ଲକ-ଆଠଗଡ଼ ଲେଖାଥିବା ବେଳେ ପ୍ରସ୍ତୁତି ତାରିଖ ୨୪/୧୧/୨୦୨୨ ଲେଖାଯାଇଛି। ତା’ସହିତ ପ୍ରସ୍ତୁତି ହେବାର ମାସକ ମଧ୍ୟରେ ବ୍ୟବହାର କରାଯିବା ପାଇଁ ସେଥିରେ ଉଲ୍ଲେଖ ରହିଛି। ଏହାର ଅବଧି ଶେଷ ହୋଇଥିଲେ ମଧ୍ୟ ଉକ୍ତ ଛତୁଆକୁ କିପରି ବଣ୍ଟନ କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏ ବାବଦରେ ଶ୍ରୀ ବେହେରା ପ୍ରଥମେ ସିଡିପିଓଙ୍କୁ ଅଭିଯୋଗ କରିଥିଲେ ହେଁ ସେ କର୍ଣ୍ଣପାତ କରିନଥିଲେ। ପରେ ବାରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପାଖରେ ଲିଖତ ଅଭିଯୋଗ କରିଛନ୍ତି। ଅଙ୍ଗନବାଡ଼ି ସୁପରଭାଇଜର ବବିତାଙ୍କୁ ପଚାରିବାରୁ ବିଳମ୍ବରେ ପ୍ୟାକିଂ ହୋଇଥିବା ବେଳେ ଭୁଲରେ ପ୍ରସ୍ତୁତି ତାରିଖ ଲେଖାଯାଇଛି ବୋଲି କହିଥିଲେ।

Leave a Reply

Your email address will not be published.