ଏକ୍ସପ୍ରେସ ଟ୍ରେନ ରହଣୀକୁ ଦାବି ନେଇ ବାମରା ଷ୍ଟେସନରେ ରେଳରୋକ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଚକ୍ରଧରପୁର ରେଲମଣ୍ଡଳ ଦ୍ବାରା ବାମରା ରେଲୱେ ଷ୍ଟେସନ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ଆଜି ରେଳରୋକ ମହାଆନ୍ଦୋଳନ କରାଯାଇଥିଲା।ଏହି ଷ୍ଟେସନରେ ୯ ଟି ଟ୍ରେନର ରହଣୀକୁ ରେଲୱେ କର୍ତୁପକ୍ଷ ଉଛେଦ କରିଦେଇଥିବା ବେଳେ ଏହାକୁ ପୁନଃ ରହଣୀ କରି ବାକୁ ବାମରା ତଥା ଆଖପାଖ ଅଂଚଳବାସୀ ବହୁବାର ଅନୁରୋଧ କରିଥିଲେ। ରେଲୱେ କର୍ତୁପକ୍ଷ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ନମିଳିବାରୁ ବାଧ୍ୟ ହୋଇ ଆଜି ସକାଳ ୬ ଟାରୁ ଶହଶହ ପୁରୁଷ ମହିଳା ବିରାଟ ପଟୁଆରରେ ଆସି ରେଳ ଧାରଣା ଉପରେ ବସି ଆନ୍ଦୋଳନ କରିଥିଲେ। ଆଜି ବାମରା ଅଞ୍ଚଳ ର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ସମସ୍ତ ଅନୁଷ୍ଠାନ ବନ୍ଦ ରହିବା ସହିତ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହି ଆନ୍ଦୋଳନରେ ଶହଶହ ପୁରୁଷ ମହିଳା, ଆଖପାଖ ଅଞ୍ଚଳର ସମସ୍ତ ଏସଏଚଜିଗ୍ରୃପ, ବ୍ୟବସାୟୀ ସଙ୍ଗଠନ, କୃଷକ ସଙ୍ଗଠନ, ଛାତ୍ର ଛାତ୍ରୀ ରାଜନୈତିକ ସଂଘ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ବାମରା ଷ୍ଟେସନର ଏହି ମହାଆନ୍ଦୋଳନ ଯୋଗୁଁ ଟ୍ରେନ୍ ଗୁଡିକ ନିଜ ଗନ୍ତବ୍ୟ ପଥରେ ଯାଇ ନପାରି ଅପ୍ ଟ୍ରେନ୍ ରାଜଗାଙ୍ଗପୁର ଷ୍ଟେସନରେ ଛିଡ଼ାହୋଇ ରହିଥିବା ବେଳେ ଡାଉନ୍ ଟ୍ରେନ୍ ବାଗଡିହି ଷ୍ଟେସନରେ ଛିଡାହୋଇରହିଥିଲା। ଠିକ୍ ସମୟରେ ଟ୍ରେନଗୁଡିକ ଯାଇପାରିନଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ବଦାନ୍ୟ ବ୍ୟକ୍ତି ଏବଂ ସାମାଜିକ ସଙ୍ଗଠନ ସାଧ୍ୟ ମତେ ଚାପାଣିର ବ୍ୟବସ୍ଥା କରିଥିଲେ। ଏହି ଆନ୍ଦୋଳନରେ କୈାଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.