ରାଜଗାଙ୍ଗପୁର ୨୦ ନମ୍ବର ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ରାଜଗାଙ୍ଗପୁର ପୌର ନିର୍ବାଚନ ପାଇଁ ରାଜନୀତୀ ସରଗରମ ରହିଛି । ଏହି ପୌର ପାଳିକାରେ ସମୁଦାୟ ୨୦ଟି ୱାର୍ଡ ରହିଥିବା ବେଳେ ୯୬ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଅଧ୍ୟକ୍ଷ ପଦ ପାଇ ମୋଟ୧୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଜଣାଯାଇଛି । ବିଜେପି ପକ୍ଷରୁ କୁଲଦୀପ ସିଂହ, ବିଜେଡିରୁ ମାଧୁରୀ ଲୁଗୁନ୍ ଏବଂ କଂଗ୍ରେସ ତରଫରୁ ଇଫ୍ତାର ଅମହମଦକୁ ଦଳ ଭରସା କରି ଟିକେଟ ଦେଇଛି । ସେହିପରି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ରୁ ହାରେନ୍ ବାଗେ ଅଧ୍ୟକ୍ଷ ପାଇଁ ଅଣ୍ଟା ଭିଡିଛନ୍ତି।ନିର୍ଦଳିୟରୁ ସହରର ଜଣାଶୁଣା ଶାନ୍ତି ସେବାସଦନ ହସ୍ପିଟାଲର ଡାକ୍ତର ଜୟଦେବ ଦାସ, ପୂର୍ଣ ଚନ୍ଦ୍ର ରାଉତ, ସହରରେ ଶୃଜନୀ ଏନ୍ ଜିଓ ଚଳାଉଥିବା ପ୍ରେମପ୍ରସାଦ,ଅଜୟପାଇକରାଏ, ହୃଷୀକେଶ ସାହୁ, ପ୍ରଦୀପ ସିଂ ଏବଂ ତନ୍ମୟ ସିଂ ଏମାନେ ସମସ୍ତେ ଅଧ୍ୟକ୍ଷ ପାଇଁ ନିଜର ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିବା ବେଳେ ୧୪ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବଂ ୨୪ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହୋଇ ୨୬ତାରିଖ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଅନ୍ୟ ପକ୍ଷରେ ଟିକେଟ ବଣ୍ଟନ ପ୍ରକ୍ରିୟା ରେ ତିନୋଟି ପ୍ରମୁଖ ଦଳର ବହୁ ଆସାୟି ପ୍ରାର୍ଥୀ ଦଳିୟ ଟିକେଟ ନପାଇବାରୁ ସେମାନେ ନିର୍ଦଳିୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଦଳଗୁଡିକଏବେ ଅଡୁଆରେ ପଡ଼ିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.