ରାଜଗାଙ୍ଗପୁର ସହରରେ ହର୍ଷୋଲ୍ଲାସରେ ରାମନବମୀ ଶୋଭା ଯାତ୍ରା

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ହର୍ଷୋଲ୍ଲାସରେ ତଥା ଶାନ୍ତି ଶୃଙ୍ଖଳାରେ ପ୍ରସିଦ୍ଧ ରାମନବମୀ ଶୋଭା ଯାତ୍ରା ପାଳିତ ହୋଇଯାଇଛି।କରୋନାକଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଶୋଭା ଯାତ୍ରା ବନ୍ଦହୋଇଯାଇଥିଲା। ଚଳିତ ବର୍ଷ କଟକଣା ଉଠିବାପରେ ଶୋଭାଯାତ୍ରା ପାଳନ କରିବାପାଇଁ ପ୍ରଶାସନ ଅନୁମତି ଦେଇଥିବାରୁ ସହରବାସୀ ଧୁମ୍ ଧାମରେ ଏହା କୁ ପାଳନ କରିଛନ୍ତି। ଏହି ଶୋଭାଯାତ୍ରା ପାଇଁ ସମୁଦାୟ ୨୨ ଗୋଟି ଆଖଡ଼ା ଭାଗନେଇଥିଲେ। ଅପରାହ୍ନ ତିନିଟା ସମୟରେ ଭକ୍ତମାନେ ଆସି ପ୍ରଥମେ ବାବାତାଲାବ ହନୁମାନ ମନ୍ଦିର ଠାରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ କାୟ ହନୁମାନ ପ୍ରତିମୂର୍ତ୍ତି କୁ ରଥାରୂଢ଼ କରି ହଜାର ହଜାର ଭକ୍ତ ରଥଟାଣି ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ।ଛତିସଗଡରୁ ଆସିଥିବା ବାଦ୍ୟ ଏବଂ ଗୀତର ତାଳେ ତାଳେ ଭକ୍ତ ମାନେ ନାଚିନାଚ ଶୋଭାଯାତ୍ରା କରି ସୁବାସ ଛକ , ନାୟର୍ ଛକ୍,ଓସିଏଲ ମାର୍କୈଟ, ପ୍ରମୁଖ ରାସ୍ତା ଦେଇ ଶେଷରେ ଲିପଲୋଇ ଆଧୁନିକ ପୋଖରୀ ରେ ହନୁମାନ ପ୍ରତିମୂର୍ତ୍ତି କୁ ବିସର୍ଜନ କରିଥିଲେ। ପ୍ରଶାସନିକ ସ୍ତରରେ ଏଥିପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ରାଜଗାଙ୍ଗପୁର ବିଧାୟକ ଡଃ ରାଜନ୍ ଏକ୍କା, ମୁନସୀ ପାଲଟି ଅଧକ୍ଷା ମାଧୁରୀ ଲୁଗୁନ୍, ଉପାଧ୍ୟକ୍ଷ ଏମଡି ଇର୍ଫାନ, ସମସ୍ତ ଓଆର୍ଡ କାଉନସିଲରମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ। ସମସ୍ତଙ୍କ ସହଯୋଗ ରେ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା।

ସୁନ୍ଦରଗଡ଼ ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.