ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୂବନେଶ୍ବର: ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର କଳ୍ପନା ନିକଟରେ । ସୂଚନା ଅନୁଯାୟୀ ଭୁବନେଶ୍ୱରର କଳ୍ପନା ନିକଟରେ ଥିବା ଏକ ଜିମ ଭିତରୁ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଖବର ପାଇ ପୋଲିସ ଅଧିକାରୀମାନେ ଆସି ଘଟଣା ସ୍ଥଳରେ ପହଞ୍ଚିିଥିଲେ ।

ତେବେ ମୃତ ବ୍ୟକ୍ତି ଜଣଙ୍କ ୬ ନମ୍ବରରେ ରୁହନ୍ତି, ନାମ ରଞ୍ଜିତ ନାୟକ ବୋଲି ଜଣାପଡିଛି । ରଞ୍ଜିତ ଜିମ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ତେବେ ରଞ୍ଜିତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published.