ବିଜେଡି କର୍ମୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତରେ ରାଜନୈତିକ ହିଂସା । ବିଜୁ ଜନତା ଦଳର କର୍ମୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର । ଖବର ସଂଗ୍ରହରୁ ଜଣାଯାଇଛି ସନ୍ତୋଷପୁର ପଞ୍ଚାୟତରେ ଦୀର୍ଘ ଦିନ ଧରି ବିଜୁ ଜନତା ଦଳର ସମର୍ଥକ ମାନେ ଶାସନ କରିଆସୁଥିବା ବେଳେ ଚଳିତ ନିର୍ବାଚନରେ ଅନେକ ସ୍ବାଧୀନ ପ୍ରାର୍ଥୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିସହିତ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ପଞ୍ଚାୟତର ଜଣେ ଅବସରପ୍ରାପ୍ତ ବିଇଓ ବିରଞ୍ଜନ ଦାସମହାପାତ୍ରଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି କର୍ମୀ ମାନେ ।

ମହାପାତ୍ର ଧିତପୁରା ଗ୍ରାମରୁ ଭେଲୋରା ଅଭିମୁଖେ ସ୍କୁଟି ଯୋଗେ ଆସୁଥିବା ବେଳେ ଫାଙ୍କା ରାସ୍ତାରେ ବିଜେଡିର କିଛି ଯୁବକ ଗାଡ଼ିକୁ ଧକ୍କା ଦେଇ ରାସ୍ତା କଡକୁ ପକାଇ ଦେଇ ଠେଲା ପେଲା ସହ ମାରପିଟ୍ କରିଥିଲେ ଏବଂ ବିଜୁ ଜନତା ଦଳକୁ ସମର୍ଥନ ନକଲେ ଗୋଡହାତ ଭାଙ୍ଗି ଦିଆଯିବ ବୋଲି କହି ଧମକ ଦେଇଥିବା ନେଇ ମହାପାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Leave a Reply

Your email address will not be published.