ତୁନମୁରା ପଞ୍ଚାୟତରେ ତ୍ରିମୁଖି ଲଢେଇ, ତରଣିସେନ୍ ବରିହା ସବୁଠୁ ଆଗରେ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ତୁନମୁରା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ବର୍ତ୍ତମାନ ତ୍ରିମୁଖି ଲଢେଇ ହେଉଥିବାର ଦେଖିବାକୁ ମିଳିଛି । ୧୨ଗୋଟି ୱାର୍ଡ଼ ଥିବା ଏହି ପଞ୍ଚାୟତରେ ମୋଟ ୬ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ଆଟନାସ୍ ଲୁଗୁନ, ପୂର୍ବତନ ସମିତି ସଭ୍ୟ ମେରିମିଞ୍ଜ ଅଛନ୍ତି । ଏ ଦୁହିଁଙ୍କୁ କଡ଼ା ଟକ୍କର ଦେଉଛନ୍ତି ନବାଗତ ଯୁବପ୍ରାର୍ଥୀ (କୁନାବାବୁ)ତରଣୀସେନ୍ ବରିହା ।  ତିନି ପ୍ରାର୍ଥୀ ଙ୍କ ମଧ୍ୟରୁ( କୁନା ବାବୁ)ତରଣୀସେନ୍‌ବରିହାଙ୍କ ପଲ୍ଳା ଭାରି ରହିଥିବାବେଳେ ପ୍ରବଳ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ପୂର୍ବତନ ସରପଂଚ ଏବଂ ପୂର୍ବତନ ସମିତି ସଭ୍ୟ ତାଙ୍କ କାର୍ଯ୍ୟକାଳ ସମୟରେ କରିଥିବା ଜନହିତକର କାର୍ଯ୍ୟ ବିଷୟରେ ଲୋକଙ୍କୁ କହୁଛନ୍ତି । ଗରିବ ଲୋକ କିନ୍ତୁ ମଜୁରୀ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ପାଇ ନଥିବାରୁ ଲୋକେ ଆଉ କାହାରିକୁ ବିଶସ୍ବାସ କରି ପାରୁନାହାଁନ୍ତି । ପୂର୍ବତନ ସରପଂଚ ଏବଂ ପୂର୍ବତନସମିତି ସଭ୍ୟଙ୍କୁ ମଧ୍ୟ ବର୍ତ୍ତମାନଲୋକେ ବିଶ୍ବାସ କରିବାକୁ ନାରାଜ । ଏସବୁକୁ ଲକ୍ଷ କଲେ ନବାଗତ ପ୍ରାର୍ଥୀ (କୁନା ବାବୁ)ତରଣୀସେନ ବରିହା ବହୁତ ଭଲ ସ୍ଥିତରେ ଥିବା ଜଣାଯାଏ ।

 

Leave a Reply

Your email address will not be published.