ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆସିଷ୍ଟାଣ୍ଟ ଏଡିଏମ୍ ବିଶ୍ଵଜିତ ମହାପାତ୍ର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ଆସିଷ୍ଟାଣ୍ଟଏଡିଏମ୍ ବିଶ୍ଵଜିତ ମହାପାତ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତାଙ୍କର ୭ଟି ସ୍ଥାନରେ ଚଢାଉ କରାଯାଇଛି । ଭୁବନେଶ୍ୱରର ନୟାପଲ୍ଲୀ, ବାଲିଅନ୍ତାର ରୂଦ୍ରପୁର, ଜଗତସିଂହପୁରର ଜଡାତିଆ, ସୁନ୍ଦରଗଡ଼ ଥିବା ତାଙ୍କ ସରକାରୀ କ୍ଵାଟର, ଅଫିସ ଏବଂ ରଘୁନାଥପୁରର ପୈତୃକ ବାସଭବନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲେ । ଖାଲି ଏତିକିରେ ଭିଜିଲାନ୍ସ ବିଭାଗର ମନମାନିନଥିଲା । ଆସିଷ୍ଟାଣ୍ଟ ଏଡିଏମଙ୍କ ଜ୍ଵାଇଁ ବିକ୍ରମ ରାୟଙ୍କ ଘର ରାଜଗାଙ୍ଗପୁର ସ୍ଥିତ ଓସିଏଲ କଲୋନୀ ରେ ମଧ୍ୟ ଚଢ଼ାଉ କରାଯାଇଥିଲା‌ । ଚଢ଼ାଉ ସମୟରେ କାହାରିକୁ ସେଠାକୁ ଯିବାକୁ ଦେଇନଥିଲେ,ଏପରିକି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ କୈାଣସି ତଥ୍ୟ ଦେବାକୁ ମନା କରିଥିଲେ ।

Leave a Reply

Your email address will not be published.