ଦବଙ୍ଗଗିରି ବିଧାୟକ; ଉତ୍ତର ମାଗିଲେ ମିଳୁଛି ମାଡ଼, ଦେଖନ୍ତୁ ଭିଡିଓ

ଖଇରା, (ନାଗରାଜ ନ୍ୟୁଜ): ପଞ୍ଚାୟତ ନିର୍ବାଚନକୁ ଆଉ କିଛିଟା ଦିନ ବାକି ରହିଲା । ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛିଯେ, ଉତ୍ତର ମାଗିଲେ ମିଳୁଛି ମାଡ଼ । ସେ ପୁଣି ଆଉ କେହି ନୁହଁନ୍ତି ସୋରର ପୂର୍ବତନ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସମ୍ମାନିତ ହୋଇଥିବା ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପାରମାଣିକ ।

ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନର ବିଜେଡି ବିଧାୟକ ପର୍ଶୁରାମ ଧଡା ଠେଲାପେଲା କରିବା ସହ ଖରାପ ଭାଷାରେ ଗାଳି ଗୁଲଜ କରୁଥିବା କଥା ଭିଡିଓରେ ଦେଖିବାକୁ ମିଳିଛି । ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଲଗାଇ ଧକ୍କା ମାରି ବାହାର କରିବାକୁ ନିର୍ଦ୍ଦେଶ ଦେବା ସହ ଦୁର୍ବ୍ୟବହାର କରିଥିଲେ । ଏବଂ ଦଳିୟ କର୍ମୀଙ୍କୁ ନିର୍ଦେଶ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published.