କଟକ କମିଶନରେଟ ପୋଲିସ କବଜାରେ ଗଞ୍ଜେଇ ମାଫିଆ

କଟକ, (ନାଗରାଜ ନ୍ୟୁଜ): କଟକ କମିଶନରେଟ ପୋଲିସ କବଜାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଦୁଇ ଜଣ ଅଭିଯୁକ୍ତମାନେ ନାରାୟଣ ପତି ଆଲିଆସ ବିବୁ ଓ ସହଯୋଗୀ ଅବକାଶ ସ୍ଵାଇଁ  । ସେମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ ଜବତ କରାଯାଇଛି ।

କଟକ ସହରରେ ଗଞ୍ଜେଇ ବେପାର କରିଥିବା ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ୪୨ ମୌଜା ସ୍ଥିତ ଘରେ ଚଢ଼ାଉ କରାଯାଇ ନଗଦ ଟଙ୍କା ସହ ଗଞ୍ଜେଇ ଜବତ କରିଥିଲା ପୋଲିସ । ନାରାୟଣ ବିରୋଧରେ ୨୦୦୫ ରୁ କଟକ ସହରର ବିଭିନ୍ନ ଥାନାରେ NDPS ଆକ୍ଟରେ ମାମଲା ଥିଲା । ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ ।

Leave a Reply

Your email address will not be published.