ଥାନା ଘେରାଉ ବେଳେ ହୋଇଥିବା ଉତ୍ତେଜନାକୁ ନେଇ ରାସ୍ତା ଅବରୋଧ

କଟକ, (ନାଗରାଜ ନ୍ୟୁଜ ): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଛକ ଠାରେ ୬୫ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ବଡମ୍ବା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ । ସୂଚନା ଅନୁଯାୟୀ, ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରାଙ୍କ ନେତୃତ୍ୱରେ ଆଜି ନରସିଂହପୁର ଥାନା ଘେରାଉ କରାଯାଉଥିଲା । ଘେରାଉ ସମୟରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଲାଠିମାଡ଼ ହୋଇଥିବା ବେଳେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ବିଜେପି କର୍ମୀ ଆହତ ହୋଇଥିଲେ ।

ସମସ୍ତ ଆହତ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମହିଳା ଗ୍ରାମରକ୍ଷୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ନରସିଂହପୁର ପୋଲିସ ଏହି ଘଟଣାରେ ବିଜୟ କୁମାର ଦଳବେହେରା ଓ ତାଙ୍କ ଭାଇ ସଞ୍ଜୟ କୁମାର ଦଳବେହେରାଙ୍କୁ ଅଟକ ରଖିଥିବାରୁ ଏହାର ପ୍ରତିବାଦ କରି ବିଜେପି କର୍ମୀମାନେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଠାରେ ୬୫ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ବିଜୟ ଦଳବେହେରା ଓ ବିଜେପିର କର୍ମୀମାନଙ୍କୁ ବିନା ସର୍ତ୍ତରେ ନ ଛାଡ଼ିବା ପର୍ୟ୍ୟନ୍ତ ଏହିଭଳି ରାସ୍ତା ଅବରୋଧ କରାଯିବ ବୋଲି କହିଛନ୍ତି ବିଜେପି ନେତା ।

Leave a Reply

Your email address will not be published.