କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା

ପାଟଣାଗଡ, (ନାଗରାଜ ନ୍ୟୁଜ ): ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ୟ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ଆହ୍ଵାନକ୍ରମେ କେନ୍ଦୁମୁଣ୍ଡି ଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗୁଣ ବନଛେର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ବିଭାଗର ଋତୁକାଳୀନ ଶ୍ରମିକ କର୍ମଚାରୀ ମାନଙ୍କ ନ୍ୟଜଦାବି ଏକ ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରଯାଇଥିଲା । ଦାବି ଗୁଡିକ ମଧ୍ୟରେ କେନ୍ଦୁପତ୍ର ବିଭାଗ ରେ କାର୍ୟ୍ୟରତ ମେଟ ଭର୍ତି, ଚପରାଶି, ମୁହୁରୀ, ଚେକର, ହେଡ ଚେକର, ସର୍କଳ ଚେକର, ବନ୍ଦେଇ ଚେକର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଭାରତ ରେ କେନ୍ଦୁପତ୍ର କୁ ସବୁଜ ହୀରା ଆଖ୍ୟା ଦିଆଯାଇଛି । ଓଡିଶା ରାଜ୍ୟ ତଥା ପଶ୍ଚିମ ଓଡିଶା କେନ୍ଦୁପତ୍ର ତଥା ସବୁଜ ହୀରା ଉତ୍ପାଦନ କରିବାରେ ମୁଖ୍ୟ ଅବଦାନ ରହିଛି । କେନ୍ଦୁପତ୍ର ରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ଓଡିଶା ରେ କେନ୍ଦୁପତ୍ର ବିଭାଗ ଲାଭଜନକ ବିଭାଗ । ତେଣୁ ଓଡିଶା ରେ ଠିକା କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବାରୁ କେନ୍ଦୁପତ୍ର ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ପେନସନ ପ୍ରଦାନ କରିବା, ଗ୍ରାଚ୍ୟୁଇଟି ବୃଦ୍ଧି କରିବା, ଛାତ୍ରବୃତ୍ତି ପ୍ରଦାନ କରିବା, ବିବାହ ଆର୍ଥିକ ସହାୟତା ଟଙ୍କା ପ୍ରଦାନ, ବୋନସ ବୃଦ୍ଧି କରିବା, କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ଗୁଛା କଟାଳି, ବିଡି ଶ୍ରମିକ ମାନଙ୍କୁ ୫୦% ବୋନସ ପ୍ରଦାନ କରିବା ସମ୍ବନ୍ଧରେ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପାତ୍ର ପ୍ରଦାନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରଯାଇଥିଲା ।

କମଳ ଲୋଚନ ପ୍ରଧାନ, ମାରିକ ଭୋଇ ଙ୍କୁ ପଦୋନ୍ନତୀ କରି ତୁରନ୍ତ ପୋଷ୍ଟିଂ କରିବା, ସୁରେନ୍ଦ୍ର ବରିହା ଙ୍କୁ ଗୋଛାକଟା ପାଉଣା ତୁରନ୍ତ ପ୍ରଦାନ, ପତ୍ର ତୋଳାଳି ମୃତ ବୟୀରେନ୍ଦ୍ରି କୁମୁରା ଙ୍କ ଉତ୍ତରାଧିକାରୀ ଙ୍କୁ ମୃତ୍ୟୁ ସହାୟତା ଅନୁକମ୍ପା ଟଙ୍କା ତୁରନ୍ତ ପ୍ରଦାନ, କେନ୍ଦୁପତ୍ର ର ଦର ବୃଦ୍ଧି କରିବାକୁ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଚେତାବନୀ ଦିଆଯାଇଥିଲା। ସଭା ରେ ପୂର୍ବତନ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଥରୁଆ, ତ୍ରିନାଥ ସାହୁ, କରୁଣା ବଗର୍ତ୍ତି ମଞ୍ଚାସୀନ ଥିଲେ । କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଙ୍ଘ ର ନୂତନ କର୍ମକର୍ତା ଭାବରେ ନିରଞ୍ଜନ ବିଶି ସଭାପତି, ପୁରୁଷୋତ୍ତମ ଥରୁଆ କାର୍ୟ୍ୟକାରୀ ସଭାପତି ରଘୁନାଥ ବାଗ ଉପସଭାପତି, ଲଳିତ ମଲିକ ସମ୍ପାଦକ, ବାଳମୁକୁନ୍ଦ କୁଆଁର ସଙ୍ଘଠକ, ଭୀଷ୍ମ ମଲ୍ଲିକ ଯୁଗ୍ମ ସମ୍ପାଦକ, ପାଣ୍ଡବ ଭୋଇ କୋଷାଧକ୍ୟ, ବିଶିଷ୍ଟ ଆଇନଜୀବୀ ପ୍ରମୋଦ ମିଶ୍ର ଆଇନ ପରାମର୍ଶଦାତା, ଉପଦେଷ୍ଟା ଓ କାର୍ୟ୍ୟକାରିଣୀ ସଭ୍ୟ ଭାବରେ ଗିରିଧାରୀ ଭୋଇ, ଘନ ଭୋଇ, ପର୍ଶୁରାମ ରାଉତ, କୀର୍ତନ ବଗର୍ତି, ରଘୁନାଥ ମଲିକ, ତ୍ରିନାଥ ସାହୁ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ୮ଟି ରେଞ୍ଜ ର କର୍ମଚାରୀ ସଭା ରେ ଯୋଗଦେଇଥିଲେ । ଗିରିଧାରୀ ପରିଚାଳନା କରିଥିଲେ । ପାଣ୍ଡବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.