ଜେଲ ଗଲେ ବିଜେପି ନେତା

କଟକ, (ନାଗରଜା ନ୍ୟୁଜ ): ଜେଲ ଗଲେ ବିଜେପି ନେତା । ଏଭଳି ଘଟଣା କଟକ ଜିଲ୍ଲା ନରସିଂହପୁରରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ନରସିଂହପୁର ଥାନାରେ ବିଜେପି କର୍ମୀମାନଙ୍କ ତୁମୁଳ କାଣ୍ଡରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ବିଜୟ ଦଳ ବେହେରା ଓ ତାଙ୍କ ସାନ ଭାଇ ସଞ୍ଜୟ ଦଳବେହେରାଙ୍କ ସମେତ ଅନ୍ୟ ଜଣେ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଅଟକ ରଖିଥିବା ବେଳେ ରାତିରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ।

ସେଠାରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ନରସିଂହପୁର ଜେଲକୁ ପଠାଇ ଦିଆଯାଇଛି । ସମସ୍ତଙ୍କୁ ଜେଲକୁ ପଠାଯିବା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published.