ବାରଙ୍ଗ ବ୍ଲକରୁ ପ୍ରାର୍ଥୀପତ୍ର ପତ୍ୟାହାର କଲେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର

ବାରଙ୍ଗ, (ନାଗରାଜ ନ୍ୟୁଜ ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ମିଦାନକୁ ଓଲାଇସାରିଲେଣି । ପ୍ରାର୍ଥୀ ପତ୍ର ଦାଖଲ ତାରିଖ ଶେଷ ହୋଇସାରିଛି । ଏହାରି ମଧ୍ୟରେ ବକଟକ ଜିଲ୍ଲା ବାରଙ୍ଗ ବ୍ଲକରୁ ଏହି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ । ନଗରିରୁ ତ୍ରିନାଥ ମଲ୍ଲିକ, ମଧୁପୁରରୁ ପ୍ରତାପ ଚରଣ ମଣ୍ଡଳ, କେ ଶାସନରୁ ସରପଞ୍ଚ ପ୍ରାର୍ଥୀ ମମତା ସେଠୀ, ନଗରିରୁ ଧରଣିଧର ଭୋଇ, ବେଲଗଛିଆରୁ ରୀନା ରାଉତ, କୋରକୋରାରୁ ଆସିସ କୁମାର ପାତ୍ର, ରାମଦାଶପୁରରୁ ପ୍ରଶାନ୍ତ କୁମାର ବେହେରା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ୱାର୍ଡନମ୍ବର ୧୨ ଓ ୫ ହରିଅନ୍ତାର, ୱାର୍ଡନମ୍ବର ୨ ଓ ୧୨ ଏବଂ ୬ କେ. ପ୍ରଧାନ, ୱାର୍ଡନମ୍ବର ୬ ମୁଣ୍ଡୁଳି, ୱାର୍ଡନମ୍ବର ଖଲର୍ଦା । ସରପଞ୍ଚ ପ୍ରାର୍ଥୀ ସର୍ବମୋଟ ୬୩ ରହିଛନ୍ତି । ସମିତି ସଭ୍ୟ ପ୍ରାର୍ଥୀ ୬୧ଜଣ ରହିଛନ୍ତି । ୱାର୍ଡମେମ୍ବର ୩୮୪ଜଣ ରହିଛନ୍ତି । ତେବେ ଦେଖିବାକୁ ବାକିରହିଲା ନିର୍ବାଚନରେ କେଉଁ ପ୍ରାର୍ଶୀଙ୍କ ହାତରେ ନେତୃତ୍ୱ ରହିବ ।

Leave a Reply

Your email address will not be published.